CBSE ପରେ ବାତିଲ ହେଲା CISCE ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ବାତିଲ ହେଲା CBSE ଓ CISCEର ଦ୍ୱାଦଶ ଶ୍ରଣୀ ବୋର୍ଡ ପରୀକ୍ଷା । ପ୍ରଥମେ CBSE ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯବା ପରେ CISCE ପକ୍ଷରୁ ବି ଏହି ଘୋଷଣା କରାଯାଇଛି।

ଦେଶରେ କରୋନା ସ୍ଥିତିକୁ ଦେଖି CBSE ଦ୍ୱାଦଶ ପରୀକ୍ଷା ବାତିଲ ଘୋଷଣା କରିଥିଲେ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକରେ ଏହି ବଡ଼ ଘୋଷଣା ହୋଇଥିଲା। ପୂର୍ବରୁ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏଠି କହିରଖିବୁ, ପୂର୍ବରୁ CBSE ଦଶମ ବୋର୍ଡ ପରୀକ୍ଷା ମଧ୍ୟ ବାତିଲ ହୋଇଥିଲା ।

CBSE ଦ୍ୱାଦଶ ପରୀକ୍ଷା ବାତିଲ କରିବାର କିଛି ଘଣ୍ଟା ପରେ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟର ଦ୍ୱାଦଶ ଶେଣୀ ବୋର୍ଡ ପରୀକ୍ଷା ବି ବାତିଲ ହୋଇଛି । କାଉନସିଲ ଅଫ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ ବା CISCE ପକ୍ଷରୁ ଏହି ଘୋଷଣା କରାଯାଇଛି । ତେବେ ଫଳାଫଳ ପ୍ରକାଶ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି କାଉନସିଲ ଅଧ୍ୟକ୍ଷ କହିଛନ୍ତି।

ସେ କହିଛନ୍ତି, ବିକଳ୍ପ ବ୍ୟବସ୍ଥା ଦ୍ୱାରା ଦ୍ୱାଦଶ ଶ୍ରେଣୀ ପିଲାଙ୍କ ମାର୍କ ପ୍ରସ୍ତୁତ ହେବ। ଖୁବଶୀଘ୍ର ଏ ସମ୍ପର୍କରେ ବିସ୍ତୃତ ବ୍ୟବସ୍ଥା ଗ୍ରହଣ କରାଯିବ ଓ ସମସ୍ତଙ୍କୁ ଅବଗତ କରାଯିବ। କରୋନା ମହାମାରୀ ଦୃଷ୍ଟିରୁ ଚଳିତ ବର୍ଷ ଆଇଏସ୍‌ସିର ଦ୍ୱାଦଶ ପରୀକ୍ଷା ହେବନାହିଁ ବୋଲି ସେ କହିଛନ୍ତି।

ତେବେ ପରୀକ୍ଷା ବାତିଲ ହୋଇଥିଲେ ହେଁ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ସେମାନେ ପରୀକ୍ଷା ଦେଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

କରୋନା ସ୍ଥିତି ଦେଶରେ ସୁଧୁରିଲେ ଆଗ୍ରହୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ରେଜଲ୍ଟ ପ୍ରକାଶ କରିବାକୁ ଉଚିତ ବ୍ୟବସ୍ଥା କରାଯିବ। ନିର୍ଦ୍ଧାରିତ ସମୟରେ ସବୁ କିଛିକୁ ବିଚାରକୁ ନେଇ ରେଜଲ୍ଟ ପ୍ରକାଶ ପାଇବ।

You might also like