ଆସିଲା CBSE ବୋର୍ଡ ପରୀକ୍ଷା ସୂଚୀ
ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ନେଇ କେନ୍ଦ୍ର ସରକାର ସୂଚୀ ପ୍ରକାଶ କରିଛନ୍ତି। CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଟ୍ୱିଟ୍ କରିଛନ୍ତି। ପ୍ରକାଶିତ ସୂଚୀ ଅନୁସାରେ ମେ ୪ରୁ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ।ମେ ୪ରେ ଓଡ଼ିଆ ବିଷୟରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ମେ ୪ରେ ଇଂଲିଶରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଦଶମରେ ଗୋଟିଏ ସିଫ୍ଟ ଓ ଦ୍ୱାଦଶରେ ୨ଟି ସିଫ୍ଟରେ ପରୀକ୍ଷା ହେବ।ଦଶମ ପରୀକ୍ଷା ଦିନ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱାଦଶ ପରୀକ୍ଷା ୧୦ଟା ୩୦ରୁ ୧ଟା ୩୦ ଓ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ।
ଦଶମ ପରୀକ୍ଷା ସୂଚୀ:-
Date-sheet of @cbseindia29 board exams of class X.
Wish you good luck!#CBSE pic.twitter.com/o4I00aONmy— Dr. Ramesh Pokhriyal Nishank (@DrRPNishank) February 2, 2021
ଦ୍ୱାଦଶ ପରୀକ୍ଷା ସୂଚୀ:-
#CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର, ପରୀକ୍ଷା ସୂଚୀ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଟ୍ୱିଟ୍ #India https://t.co/UyyjMd3M2i
— ଓଟିଭି (@otvkhabar) February 2, 2021
କରୋନା ସଂକ୍ରମଣ ଯୋଗୁ CBSE ବୋର୍ଡ ପରୀକ୍ଷାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଥିବା ବେଳେ ଅନ୍ଲାଇନ୍ରେ ନୁହେଁ ବରଂ ଅଫଲାଇନ୍ରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ପୂର୍ବବର୍ଷ ଭଳି ୨୦୨୧ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନ୍ରେ କରାଯିବ ବୋଲି ଜଣାପଡ଼ିଛି। ପରୀକ୍ଷା ସମୟରେ କୋଭିଡ୍ ଗାଇଡ୍ଲାଇନ୍ କଡ଼ାକଡ଼ି ପାଳନ କରାଯିବ।