ଅଫଲାଇନ୍‌ରେ ହେବ CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ CBSE ବୋର୍ଡ ପରୀକ୍ଷାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଥିବା ବେଳେ ଅନ୍‌ଲାଇନ୍‌ରେ ନୁହେଁ ବରଂ ଅଫଲାଇନ୍‌ରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି।

ପୂର୍ବବର୍ଷ ଭଳି ୨୦୨୧ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନ୍‌ରେ‌ କରାଯିବ ବୋଲି ଜଣାପଡ଼ିଛି। ପରୀକ୍ଷା ସମୟରେ କୋଭିଡ୍ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ କରାଯିବ। ତେବେ କେଉଁ ତାରିଖରେ ପରୀକ୍ଷା ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଏବେ ବି ଅନେକ ସ୍ଥାନରେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ସୁବିଧା ନାହିଁ। ତେଣୁ ଅନ୍‌ଲାଇନ୍‌ରେ ପରୀକ୍ଷା ହେଲେ କିଛି ଛାତ୍ରଛାତ୍ରୀ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି।

You might also like