ହ୍ୱିଲ ଚେୟାରରୁ ଉଠି ପାରନ୍ତିନି, ହେଲେ CBSE ଦଶମ ପରୀକ୍ଷାରେ ରଖିଲେ ୯୭.୮% ନମ୍ବର

ନୂଆଦିଲ୍ଲୀ: ସବୁବେଳେ ବସିଥାଏ ଝିଅଟି । ଦେଖୁଥାଏ ସାଙ୍ଗ ପିଲମାନେ ଖେଳୁଛନ୍ତି। ଦୌଡାଦୌଡି ହେଉଛନ୍ତି। ତା’ର ବି ଇଚ୍ଛାହୁଏ ଦୌଡି ଯିବା ପାଇଁ। ସାଙ୍ଗମାନଙ୍କ ସହ ମନ ଖୋଲି ଖେଳପଡ଼ିଆରେ ଗଡ଼ିଯିବା ପାଇଁ। ହେଲେ ପାରେନା। ବସିଥିବା ସ୍ଥାନରୁ ଉଠିପାରନ୍ତିନି। ଯୁଆଡେ ବି ଯାଏ ହ୍ୱିଲ ଚେୟାରର ଚକାକୁ ଗଡେଇ ଯିବାକୁ ପଡ଼ିଥାଏ।

ହେଲେ ମାଟିକୁ ଛୁଇଁ ପାରିବାର କ୍ଷମତା ସିନା ହରାଇଛି,  କିନ୍ତୁ ସ୍ୱପ୍ନ ତାର ଆକାଶ ଛୁଇଁବା ପାଇଁ । ସେଇ ସ୍ୱପ୍ନ ତାର ପୂରଣ ହୋଇଛି। ଏଇ ଶାରୀରିକ ଅକ୍ଷମ ଝିଅଟି ଆଜି ବାପା-ମା’ଙ୍କ ନାଁକୁ ଉଜ୍ଜ୍ୱଳ କରି ଦେଇଛି।  ସିବିଏସ୍‌ଇ ୧୦ମ ପରୀକ୍ଷାରେ ୯୭.୮ ପ୍ରତିଶତ ନମ୍ବର ରଖି ଟପ୍ପର ତାଲିକାରେ ନିଜ ନାଁକୁ ସାମିଲ କରିପାରିଛି।

ଝିଅଟିର ନାଁ ଅନୁଷ୍କା ପଣ୍ଡା।  ଏକ ରୋଗରେ ଅନୁଷ୍କା ପୀଡିତ ହେବା ପରେ ସେ ହ୍ୱିଲ ଚେୟାରରୁ ଉଠି ପାରନ୍ତିନି।  କିନ୍ତୁ ଏପରି ବିଷମ ପରିସ୍ଥିତିରେ ବି ସେ କେବେ ଭାଙ୍ଗି ପଡ଼ିନାହାନ୍ତି। ନିଜ ମନୋବଳକୁ ଦୁର୍ବଳ କରିନାହାନ୍ତି। ସେଥିପାଇଁ ତ, ସକ୍ଷମ ସାଥୀମାନେ ଯାହା କରିପାରି ନାହାନ୍ତି, ଅନୁଷ୍କା ଆଜି ତାହା କରିପାରିଛନ୍ତି। ୨୦୨୦ରେ CBSE ଦଶମ ପରୀକ୍ଷାରେ ୫୦୦ ନମ୍ବରରୁ ୪୮୯ ନମ୍ବର ରଖି ପାସ କରିଛନ୍ତି ।

ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ପୂର୍ବରୁ ଅନୁଷ୍କାଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଦିବ୍ୟାଙ୍ଗତା ଅନୁଷ୍କାଙ୍କ ସଫଳତାକୁ ଅଟକାଇ ପାରିବ ନାହିଁ। ଆମ ଦେଶରେ ଅନେକ ଶାରୀରିକ ଭିନ୍ନକ୍ଷମ ଅଛନ୍ତି। କିନ୍ତୁ ସମାନଙ୍କର ଏହି ଭିନ୍ନକ୍ଷମ ଭାବ ତାଙ୍କ ରାସ୍ତାର ପ୍ରତିବନ୍ଧକ ସାଜିବନି।

ଅନୁଷ୍କା ସ୍ପାଇନାଲ ମସ୍‌କୁଲାର ଏଟ୍ରାଫି ରୋଗରେ ପୀଡିତ। ଏହା ତାଙ୍କର ଜେନେଟିକ୍‌ ଡିଜିଜ୍‌ । ଏହି କାରଣରୁ ଅନୁଷ୍କା ଚାଲି ପାରନ୍ତି ନାହିଁ। ତେବେ ଅନୁଷ୍କାଙ୍କର ଏଇ ସଫଳତା ପଛରେ ଆଉ ଏକ ମହତ୍ୱପୂର୍ଣ୍ଣ କଥା ମଧ୍ୟ ରହିଛି। ସାଧାରଣତଃ ଶାରୀରିକ ଭିନ୍ନକ୍ଷମ ପିଲାଙ୍କୁ ପରକ୍ଷାବେଳେ ଅଧିକ ଅଧଘଣ୍ଟାଏ ସମୟ ଦିଆଯିବାର ସୁବିଧା ରହିଛି ।  ହେଲେ ଅନୁଷ୍କା ସେହି ସମୟ ବ୍ୟବହାର କରି ନ ଥିଲେ। ଅନୁଷ୍କା ପରୀକ୍ଷାରେ ଇଂରାଜୀରେ ୯୫, ଇତିହାସରେ ୯୯, ଗଣିତରେ ୯୯, ସାଇନ୍ସରେ ୯୮ ଏବଂ ସୋଶିଆଲ ସାଇନ୍ସରେ ୯୯ ନମ୍ବର ରଖିଛନ୍ତି।

ପାଠ ବ୍ୟତୀତ ଅନୁଷ୍କା ଭଲ ଚେସ ମଧ୍ୟ ଖେଳନ୍ତି। ଯେତେବେଳେ ଖାଲି ସମୟ ମିଳେ ସେ ଚେସ୍‌ ଖେଳନ୍ତି। ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବାର ଆଶା ରଖିଛନ୍ତି।ଏହି ସଫଳତାର ଶ୍ରେୟ ଅନୁଷ୍କା ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କାର୍ ଚକାରୁ ମିଳିଲା ବିରାଟକାୟ ଅଜଗର

ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

You might also like