ଶାରୀରିକ ଅକ୍ଷମତା ସତ୍ତ୍ୱେ CBSE ଦ୍ୱାଦଶ ପରୀକ୍ଷାରେ ଟପ୍ପର ତାଲିକାରେ ଅଟୋ ଚାଳକଙ୍କ ପୁଅ

ନୂଆଦିଲ୍ଲୀ: ବାହାରି ସାରିଛି  CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥରେ ଜଣେ ଅଟୋ ଡ୍ରାଇଭରଙ୍କ ପୁଅ ସଫଳତାକୁ ନେଇ ଚାରିଆଡେ ଚର୍ଚ୍ଚା। ଖାଲି ଅର୍ଥନୈତିକ ସମସ୍ୟା ନୁହେଁ, ସେ ଶାରୀରିକ ସମସ୍ୟା ସହ ପ୍ରତି ମୁହୂର୍ତ୍ତରେ ଲଢୁଥିଲେ। ତଥାପି ଲକ୍ଷ୍ୟଠୁ ଦୂରେଇ ଯାଇ ନଥିଲେ। ତାଙ୍କର ସେହି ନିଷ୍ଠା ଓ ଉଦ୍ୟମ ଯୋଗୁ ଆଜି ପାଇ ପାରିଛନ୍ତି ଏପରି ସଫଳତା।

କେରଳର ଏହି ମେଧାବୀ ଛାତ୍ରଙ୍କ ନାଁ ଅଜୟ ଆର ରାଜ୍‌। ଅଜୟଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ। ସେ ଥିରୁଅନନ୍ତପୁରମ୍‌ର ଥମାସ୍‌ ହାୟର ସେକେଣ୍ଡାରୀ ସ୍କୁଲରେ ପଢୁଥିଲେ। ଶାରୀରିକ ଅକ୍ଷମତା ସତ୍ତ୍ୱେ ସେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ରଖିଛନ୍ତି। ସମୁଦାୟ ୫୦୦ ନମ୍ବରରୁ ଅଜୟ ରଖିଛନ୍ତି ୪୯୦ ନମ୍ବର ପାଇଛନ୍ତି।

ଅନେକ ବାଧାବିଘ୍ନ, ସମସ୍ୟା ସତ୍ତ୍ୱେ ଟପର ତାଲିକାରେ ନିଜ ନାଁ ମଜବୁତ କରିପାରିଛନ୍ତି। ଅଜୟ ସିବିଏସ୍‌ଇ ପରୀକ୍ଷା ଦେଉଥିବା ପ୍ରତ୍ୟେକ ପିଲାଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି।

ଅଜୟ ପିଲାବେଳୁ ଆଖି ଖରାପ ଥିଲା। ରେଟିନା ସମସ୍ୟ ଯୋଗୁ ସେ ସ୍ପଷ୍ଟ ଦେଖି ପାରନ୍ତି ନାହିଁ। ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଅଜୟ କହିଛନ୍ତି, ଇଂଗ୍ଲିଶ ଲିଟେରଚର ଉପରେ ସେ ଆଗକୁ ପଢିବାକୁ ଚାହାଁନ୍ତି ଏବଂ ଗ୍ରାମାଞ୍ଚଳରେ ଶିକ୍ଷକତା କରିବାକୁ ଇଚ୍ଛା ରଖିଛନ୍ତି।

 

You might also like