ଦ୍ୱାଦଶ ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ରଖି ଚର୍ଚ୍ଚାରେ ଦିବ୍ୟାଂଶୀ

ଲକ୍ଷ୍ନୌ: ଗତକାଲି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ପାଇଛି । ଏଥିରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଦିବ୍ୟାଂଶୀ ଜୈନ୍ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ତାଙ୍କର ଏଇ ସଫଳତା ପାଇଁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ।

ଦିବ୍ୟାଂଶୀ ନବୟୁଗ ରେଡିଏନ୍ସ ସ୍କୁଲର ଛାତ୍ରୀ। ଦିବ୍ୟାଂଶୀ ପିଲାବେଳୁ ସେ ଭଲ ପାଠପଢନ୍ତି। ସ୍କୁଲରେ ସବୁବେଳେ ଭଲ ନମ୍ବର ରଖୁଥିଲେ। ସ୍କୁଲରେ ସେ ୯୭.୬ ପ୍ରତିଶତ ମାର୍କ ରଖିଥିଲେ। ଆହୁରି ଭଲ କରିବା ପାଇଁ ଖୁବ୍‌ ପରିଶ୍ରମ କରୁଥିଲେ। ତାଙ୍କର ଏହି ସଫଳତାର ଶ୍ରେୟ ନିଜ ବାପା-ମା’ଙ୍କ ସହ ଶିକ୍ଷକମାନଙ୍କୁ ଦେଇଛନ୍ତି ଦିବ୍ୟାଂଶୀ।

ଆଗକୁ ଦିବ୍ୟାଂଶୀ ଇତିହାସରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାଫଳରେ ସେ ଭାରତର ଇତିହାସ ସମ୍ପର୍କରେ ଅନେକ ତଥ୍ୟ ଜାଣିପାରିବେ ବୋଲି ଆଶା ରଖିଛନ୍ତି।

ଦିବ୍ୟାଂଶୀଙ୍କ ବାପା ରାକେଶ ପ୍ରକାଶ ଜୈନ ଜଣେ ବ୍ୟବସାୟୀ ଏବଂ ମାଆ ସୀମା ଜଣେ ଗୃହିଣୀ।

ସୂଚନାଥାଉ କି,  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୭୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତ ବର୍ଷ ୮୩.୪୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥବାବେଳେ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳରେ ୫% ଅଧିକ ପାସ କରିଛନ୍ତି। ଏଥି ସହିତ ପୁଅମାନଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି।

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

You might also like