ଜୁନ୍‌ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଦଶମ ଶ୍ରେଣୀ CBSE ରେଜଲ୍ଟ !

ନୂଆଦିଲ୍ଲୀ: ଜୁନ୍‌ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ରେଜଲ୍ଟ।  CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡ୍ ଲାଇନ୍ ଜାରି କଲା CBSE। ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପ୍ରିନ୍ସପାଲ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଗଠନ ହେବ କମିଟି। ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର, ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ ବୋଲି ଜଣାପଡ଼ିଛି।
ଏହାସହ ଜୁନ୍ ୫ ସୁଦ୍ଧା CBSEକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ। ଜୁନ୍ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବା ସହ ଜୁନ୍ ୩ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ପରୀକ୍ଷା ଫଳ ବୋଲି ସୂଚନା ମିଳିଛି। ତେବେ ଚଳିତ ଥର କରୋନା ଲାଗି ଦଶମ ପରୀକ୍ଷାକୁ ବାତିଲ କରିଥିଲା ସିବିଏସଇ। 
You might also like