• translate
Satyendu Shekher Mishra

 CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା ହୋଇଛି । ନିଷ୍ପତ୍ତି ଅନୁସାରେ ଦୁଇଟି ଟର୍ମରେ ହେବ ୨୦୨୧-୨୨ର ଶିକ୍ଷାବର୍ଷ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍ ରହିବ । ଏହାସହ ପ୍ରତି ଟର୍ମ ଶେଷରେ ବୋର୍ଡ ଦ୍ୱାରା ପରୀକ୍ଷା କରାଯିବ ।

ଗତବର୍ଷ ପରି ସଂକ୍ଷିପ୍ତ ସିଲାବସ୍ ଆଧାରରେ ବୋର୍ଡ ପରୀକ୍ଷା ହେବ । ଗତ ମାର୍ଚ୍ଚ ମାସରେ ବୋର୍ଡ ଜାରି କରିଥିବା ସିଲାବସ୍  ଆଧାରରେ ହିଁ ପାଠପଢା ହେବ ବୋଲି ନିଷ୍ପତ୍ତି ହୋଇଛି । ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସମେଣ୍ଟ, ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ୱାର୍କକୁ ଗୁରୁତ୍ୱ ଦିଆଯିବ ।

ବର୍ତ୍ତମାନ ପାଇଁ ଅଫ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିବ । ବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀଙ୍କର ଏକ ପ୍ରଫୋଇଲ କ୍ରିଏଟ୍ କରିବେ ।ଏଥିସହ ସମସ୍ତ ସ୍କୁଲ୍ ସିବିଏସଇ ଆଇଟି ପ୍ଲାଟଫର୍ମରେ ଛାତ୍ରଛାତ୍ରୀଙ୍କର ଇଂଟରନାଲ ଆସେସମେଣ୍ଟର ମାର୍କ ଅପଲୋଡ୍ କରିବେ ।  ନବମ ଓ ଦଶମ ଶ୍ରେଣୀ ଇଣ୍ଟରନାଲ ଆସେସମେଣ୍ଟରେ ଷ୍ଟୁଡେଣ୍ଟ ଏନରିଚମେଣ୍ଟ, ପୋର୍ଟଫୋଲିଓ ଏବଂ ପ୍ରାିକାଲ ୱାର୍କ ସ୍ଥାନ ପାଇବ । ସେହିପରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ୟୁନିଟ୍ ଟେଷ୍ଟ, ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ଅନ୍ତର୍ଭୁକ୍ତ ହେବ ।

Other Stories