ସୁଶାନ୍ତଙ୍କ ବେଡ୍‌ରୁମ ତାଲା ଭାଙ୍ଗିଥିବା ବ୍ୟକ୍ତିର ବୟାନ ପରେ ବଢ଼ିଲା ସନ୍ଦେହ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ତଦନ୍ତ ଯେତିକି ଆଗଉଛି ମାମଲା ସେତିକି ସନ୍ଦେହଜନକ ହେଉଛି। ଏବେ ସୁଶାନ୍ତ ବେଡ୍‌ରୁମ ତାଲା ଭାଙ୍ଗିଥିବା ବ୍ୟକ୍ତି ରଫିକ୍‌ଙ୍କ ବୟାନକୁ ନେଇ ସନ୍ଦେହ ବଢ଼ିଛି। ତାଲା ଭାଙ୍ଗିବାକୁ ୩ରୁ ୪ ଜଣ ଡାକିଥିବା ରଫିକ୍ କହିଛି।

ରଫିକ କହିଛି, ବେଡ୍ ରୁମ୍‌ରେ କମ୍ପ୍ୟୁଟରାଇଜ୍ ଲକ୍ ଥିଲା। ଭାଙ୍ଗିବାକୁ କଷ୍ଟ ହେଲା। ମାତ୍ର ତାଲା ଭାଙ୍ଗିବା ପରେ ମୋତେ ଭିତରକୁ ଯିବାକୁ ଦିଆଗଲା ନାହିଁ। ତାଲା ଭାଙ୍ଗିବା ପରେ ସେମାନେ ମୋତେ ତୁରନ୍ତ ପଳାଇବାକୁ କହିଥିଲେ ବୋଲି ରଫିକ କହିଛନ୍ତି।EXCLUSIVE: Sushant Singh Rajput was designing a game and printer ...

ତାଲା ଭାଙ୍ଗିଲା ବେଳେ ସେମାନେ ଭୟଭୀତ ନ ଥିଲେ, ଖୁବ୍‌ ରିଲାକ୍ସ ଥିଲେ। ତା ସହିତ ଏହି ସମୟରେ ପୁଲିସ ମଧ୍ୟ ନଥିଲା ବୋଲି ରଫିକ୍ କହିଛି।

 

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ଆଜି ସୁଶାଙ୍କର ମୁମ୍ବାଇସ୍ଥିତ ବାସଭବନରେ ପହଞ୍ଚିଛି। ସେଠାରେ ଫ୍ଲାଟ୍‌ରେ ସୁଶାନ୍ତଙ୍କ ସହିତ ରହୁଥିବା ବନ୍ଧୁ ସିଦ୍ଧାର୍ଥ ପିଠାନୀ, ରୋଷେୟା ନୀରଜ ମଧ୍ୟ ଉପସ୍ଥିତ ରହିଛନ୍ତି।  ତାଙ୍କ ସହିତ ହାଉସ ମ୍ୟାନେଜର ମଧ୍ୟ ଉପସ୍ଥିତ ଅଛନ୍ତି। ଘଟଣା ସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚିଛି।

You might also like