ବିଦେଶୀ ଫଣ୍ଡିଂ ମାମଲାରେ ଆଇନଜୀବୀ ଇନ୍ଦିରା ଜୟସିଂହ, ଆନନ୍ଦ ଗ୍ରୋଭର

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଆଇନଜୀବୀ ଇନ୍ଦିରା ଜୟସିଂହ ଏବଂ ଆନନ୍ଦ ଗ୍ରୋଭରଙ୍କ ଦିଲ୍ଲୀ ଏବଂ ମୁମ୍ୱାଇ ବାସଭବନରେ ଆଜି ସିବିଆଇ ରେଡ୍ କରିଛି। ଲୟର୍ସ କଲେକ୍ଟିଭ ନାମରେ ଏନଜିଓ ସଂସ୍ଥା ଖୋଲି ଏହି ଦୁଇ ଆଇନଜୀବୀ ବେଆଇନ ଭାବରେ ତାଙ୍କ ସଂସ୍ଥା ପାଇଁ ଟଙ୍କା ଆଣୁଥିବା ଅଭିଯୋଗରେ ସିବିଆଇ ଏହି ରେଡ୍ କରିଛି।

ଲୟର୍ସ କଲେକ୍ଟିଭ୍ ଏନଜିଓ ସଂସ୍ଥା ସାମାଜିକ କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇଥିଲା। ହେଲେ ଏହି ସଂସ୍ଥା ବିଦେଶରୁ ବେଆଇନ ଭାବରେ ଟଙ୍କା ଆଣୁଥିବା ଅଭିଯୋଗ ହୋଇଥିଲା। ମିଡିଆରେ ଏଚଆଇଭି ଏଡସ ପାଇଁ ଓକିଲାତି କରିବା ପାଇଁ ଆଇନଜୀବୀ ଗ୍ରୋଭର ତାଙ୍କ ଏନଜିଓ ସଂସ୍ଥା ଲୟର୍ସ କଲେକ୍ଟିଭ ମାଧ୍ୟମରେ ପାରିଶ୍ରମିକ ଗ୍ରହଣ କରିଥିଲେ ବୋଲି ଗୃହ ମନ୍ତ୍ରଣାଳୟ ଜାଣିବାକୁ ପାଇଥିଲା। ଏଥିସହ ତାଙ୍କର ଏହି ସଂସ୍ଥା ଫେସିଆରଏ ଆଇନ ବିରୋଧରେ ଧାରଣା ଦେଇଥିଲା। ଯାହାକି ଆଇନ ବିରୋଧୀ ବୋଲି ଦର୍ଶାଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲୟର୍ସ କଲେକ୍ଟିଭର ଲାଇସେନ୍ସ ରଦ୍ଦ କରି ଦେଇଥିଲା। ଏହାପରେ ସିବିଆଇ ଆଇନଜୀବୀ ଆନନ୍ଦ ଗ୍ରୋଭର ଏବଂ ସଂସ୍ଥା ବିରୋଧରେ ମାମଲା ରୁଜୁ କରିଥିଲା।

ସୂଚନାଯୋଗ୍ୟ, ୨୦୦୯ ରୁ ୨୦୧୪ ୟୁପିଏ ସରକାର ବେଳେ ଅତିରିକ୍ତ ସୋଲିଟର ଜେନେରାଲ ଥିଲେ ଇନ୍ଦିରା ଜୟସିଂହ ଏବଂ ଆନନ୍ଦ ଗ୍ରୋଭର। ଏହି ସମୟରେ ତାଙ୍କ ବିରୋଧରେ ବେଆଇନ ଭାବରେ ବିଦେଶୀ ଟଙ୍କା ତାଙ୍କ ସଂସ୍ଥା ପାଇଁ ଆଣୁଥିଲେ ବୋଲି ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ତ୍ରୀ

ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

You might also like