ଲାଲୁଙ୍କ ଜାମିନକୁ ସିବିଆଇର ବିରୋଧ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ସିବିଆଇ ସୁପ୍ରିମକୋର୍ଟରେ ବିରୋଧ କରିଛି। ନିର୍ବାଚନ ସମୟ ହୋଇଥିବାରୁ ଲାଲୁ ଜାମିନର ଦୁରୁପଯୋଗ କରିବା ସହ ନିର୍ବାଚନ ପ୍ରଚାରରେ ସାମିଲ୍ ହେବେ ବୋଲି ଆଶଙ୍କା କରି ସିବିଆଇ ଏହାକୁ ବିରୋଧ କରିଛି।

ଯାଦବ ଦୀର୍ଘଦିନ ଧରି ହସ୍ପିଟାଲରେ ରହିବା ସହ ସେହିଠାରୁ ରାଜନୀତି ଗୋଟି ଚଳାଉଛନ୍ତି। ତାଙ୍କୁ ଯଦି ଜାମିନ ପ୍ରଦାନ କରାଯାଏ, ସେ ଏହାର ଦୁରୁପଯୋଗ କରିବା ଆଶଙ୍କା ରହିଛି। ଏଣୁ ତାଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ନୁହଁ ବୋଲି ସିବିଆଇ ପକ୍ଷରୁ କୋର୍ଟକୁ ଜଣାଯାଇଛି।

You might also like