ଚନ୍ଦା କୋଚରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍

ଭିଡ଼ିଓକନ୍ ଋଣ ଜାଲିଆତି ମାମଲା

ନୂଆଦିଲ୍ଲୀ :  ICICI  ବ୍ୟାଙ୍କ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍‌ ଜାରି କରିଛି ସିବିଆଇ। ଚନ୍ଦା କୋଚରଙ୍କ ସହ ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ ଗ୍ରୁପ୍‌ ପ୍ରମୋଟର ବେଣୁଗୋପାଳ ଧୁତଙ୍କ ନାଁରେ ମଧ୍ୟ ନୋଟିସ୍‌ ଜାରି ହୋଇଛି।

ଭିଡିଓକନ୍ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇ ଚନ୍ଦା କୋଚର୍ ଆଇସିଆଇସିଆଇ ବ୍ୟାଙ୍କ୍‌ ତରଫରୁ ୩ ହଜାର ୨ ଶହ ୫୦ କୋଟି ଟଙ୍କା ଋଣ ଅନୁମୋଦନ କରିଥିବା ଅଭିଯୋଗ ରହିଛି।

ଏନେଇ ସିବିଆଇ ପକ୍ଷରୁ ଚନ୍ଦା କୋଚର୍,  ଦୀପକ କୋଚର୍ ଓ ବେଣୁଗୋପାଳ ଧୁତଙ୍କ ନାଁରେ ମାମଲା ଚାଲିଛି। ଏହି ଅଭିଯୋଗରେ ହିଁ ଆଇସିଆଇସିଆଇ ବ୍ୟାଙ୍କ୍‌ ଚନ୍ଦା କୋଚରଙ୍କୁ ଏମ୍‌ଡି ପଦରୁ ହଟାଇଥିଲା।

You might also like