ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ମୁମ୍ବାଇ: ଦୁର୍ନୀତି ଅଭିଯୋଗରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗକୁ ନେଇ ମାମଲା ରୁଜୁ କରିଛି ସିବିଆଇ।

ଦେଶମୁଖଙ୍କ ସହିତ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଏଫ୍ଆଇଆର ରୁଜୁ କରିଛି ସିବିଆଇ। ଏହାପରେ ତାଙ୍କର ଘର ସମେତ କିଛି ସ୍ଥାନରେ ରେଡ୍ ଚାଲିଛି । ପରମବୀର ସିଂ, ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଓ ବଟି ଆଦାୟ ଭଳି ଗୁରୁତର ଅଭିଯୋଗ ଆଣିଥିଲେ ଦେଶମୁଖ ।

ମୁମ୍ବାଇ ପୋଲିସ ଅଧିକାରୀ ସଚିନ ଓ୍ୱାଜେଙ୍କୁ ମାସକୁ ୧୦୦ କୋଟି ଟଙ୍କା ବଟି ଆଦାୟ ପାଇଁ କହିଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ  ଚିଠି ଲେଖିଥିଲେ ପରମବୀର ସିଂ। ପରେ କୋର୍ଟ ପ୍ରାଥମିକ ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ସିବିଆଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।

ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ମାମଲା ରୁଜୁ କରିବା ପାଇଁ ତଦନ୍ତ ସମୟରେ ଦେଶମୁଖ ଏବଂ ଅନ୍ୟକେତେଜଣଙ୍କ ବିରୋଧରେ ସିବିଆଇ ହାତରେ ଅନେକ ପ୍ରମାଣ ଲାଗିଥିଲା। ମାମଲା ରୁଜୁ ପରେ ସିବିଆଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢଉ କରିଥିଲା।

ସୂଚନାଥାଉ କି, ମାର୍ଚ୍ଚ ୨୫ରେ ପରମବୀର ସିଂ ଦେଶମୁଖଙ୍କ ବିରୋଧରେ ସିବିଆଇର ଦ୍ୱାରସ୍ଥ ହୋଇଥିଲେ। ପରମବୀର ସିଂ ଅଭିଯୋଗ କରିଥିଲେ, ଦେଶମୁଖ ସଚ୍ଚିନ ୱାଜେଙ୍କ ସମେତ ଅନ୍ୟ ପୋଲିସ ଅଫିସରଙ୍କୁ  ବାର ଏବଂ ରେଷ୍ଟୁରାଣ୍ଟରୁ ୧୦୦ କୋଟି ବଟି ଆଦାୟ କରିବାକୁ କହୁଥିଲେ।

ଏଠି କହରଖିବୁ, ପରମବୀର ସିଂ ଏ ନେଇ ପ୍ରଥମେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆପେକ୍ସ କୋର୍ଟ ମାମଲା ଗୁରୁତର ହୋଇଥିବାରୁ ହାଇକୋର୍ଟକୁ ଯିବାକୁ କହିଥିଲେ। ଏହା ପରେ ସିଂ ହାଇକୋର୍ଟରେ ପିଆଇଏଲ ଦାଖଲ କରିଥିଲେ। ନିରପେକ୍ଷ ତଦନ୍ତ ପାଇଁ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ହେଲେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯାଇଥିଲେ ଅନିଲ ଦେଶମୁଖ। ହେଲେ ସୁପ୍ରିମକୋର୍ଟ ହାଇକୋର୍ଟ ନିର୍ଦ୍ଦେଶକୁ ବଳବତ୍ତର ରଖିଥିଲେ।

You might also like