ପି.ଚିଦାମ୍ବରମଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ନୂଆଦିଲ୍ଲୀ : ଏୟାରସେଲ୍-ମାକସିସ୍ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍‌ ହୋଇଛି। ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ଚିଦାମ୍ବରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ୨୦୦୬ ମସିହାରେ ଏୟାରସେଲ୍-ମାକସିସ୍ ଡିଲ୍ ହୋଇଥିଲା। ସେହି ସମୟରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସିବିଆଇ ଚାର୍ଜସିଟ୍‌ରେ ଦର୍ଶାଯାଇଛି।

ବର୍ତ୍ତମାନ ସୁଦ୍ଧା ମାମଲାରେ ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସହ ୧୮ଜଣଙ୍କ ନାଁରେ ସିବିଆଇ ଚାର୍ଜସିଟ୍ ଦାଖଲ କରିସାରିଲାଣି। ଅଭିଯୋଗ ହୋଇଛି ଯେ, ଏୟାରସେଲ-ମାକସିସ୍‌ ଡିଲ୍‌ରେ FDI ପାଇଁ ଚିଦାମ୍ବରମ ନିୟମର ଉଲ୍ଲଂଘନ କରିଥିଲେ। ତାଙ୍କର କ୍ଷମତା ଅନୁସାରେ ସେ ୬ ଶହ କୋଟି ଟଙ୍କାର FDI କୁ ଅନୁମତି ଦେଇପାରିବେ। କିନ୍ତୁ ୩୬୦୦ କୋଟି ଟଙ୍କାର FDI ପାଇଁ ଅନୁମତି ଦେଇଥିଲେ ଚିଦାମ୍ବରମ। ଏଥିପାଇଁ କ୍ୟାବିନେଟ କମିଟି ଅଫ୍ ଇକୋନୋମିକ୍ ଆଫେୟାର୍ସର ଅନୁମତି ଦରକାର ଥିଲେ ମଧ୍ୟ ତାହା ନିଆଯାଇନଥିଲା।

You might also like