ଚିଦାମ୍ବରମଙ୍କୁ ତିହାର ଜେଲ୍‌ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ତିହାର ଜେଲ ପଠାଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସିବିଆଇ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବାକୁ ଆବେଦନ କରିଥିଲା।

ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର ଏହି ଆବେଦନକୁ ଗ୍ରହଣ କରି ଚିଦାମ୍ବରମଙ୍କୁ ୧୯ ସେପ୍ଟେମ୍ବର ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ସିବିଆଇର ବିଚାର ବିଭାଗୀୟ ହାଜତ ଆବେଦନକୁ ଚିଦାମ୍ବରମଙ୍କ ଓକିଲ ବିରୋଧ କରିଥିଲେ।

ଆଇଏନଏକ୍ସ ମିଡିଆ ମାମଲାରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିବାରୁ ତାଙ୍କୁ ଇଡି ହେପାଜତକୁ ପଠାଇବାକୁ ଯୁକ୍ତି ବାଢ଼ିଥିଲେ। ହେଲେ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ।

ଇଡି ମଧ୍ୟ ବିଚାରପତି ଅଜୟ କୁମାରଙ୍କ ଆଗରେ ଦୁଇଟି ସର୍ତ୍ତ ରଖିଥିଲା। କୋର୍ଟ ଚିଦାମ୍ବରମଙ୍କୁ ସିବିଆଇ ମାମଲାରେ ଜାମିନ ଦିଅନ୍ତୁ ନଚେତ ତାଙ୍କୁ ତିହାର ଜେଲକୁ ପଠାଇ ଦିଅନ୍ତୁ। ଯଦି ସିବିଆଇ ମାମଲାରେ ତାଙ୍କୁ ଜାମିନ୍‌ ହୋଇଥାଆନ୍ତା, ତା’ହେଲେ ଇଡି ତାଙ୍କୁ ତୁରନ୍ତ ମନିଲଣ୍ଡରିଂ ମାମଲାରେ ଗିରଫ କରିଥାଆନ୍ତା। ଇଡିର ଏଭଳି ଗୋଟି ଚାଳନା ପରେ ବିଚାରପତି ଅଜୟ କୁମାର ୧୦ ଦିନ ଯାଏ ଚିଦାମ୍ବରମଙ୍କୁ ତିହାର ଜେଲକୁ ପଠାଇ ଦେଇଥିଲେ।

ସିବିଆଇ ଅଗଷ୍ଟ ୨୧ରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା। ଏହାପରେ ୫ଟି ପର୍ଯ୍ୟାୟରେ ତାଙ୍କୁ ୧୫ ଦିନ କାଳ ରିମାଣ୍ଡରେ ନେଇ ଜେରା କରିଥିଲା। ଏହି ୧୫ ଦିନର ଅବଧି ଆଜି ଶେଷ ହେବାରୁ ସିବିଆଇ ତାଙ୍କୁ କୋର୍ଟରେ ହାଜର କରି ତିହାର ଜେଲକୁ ପଠାଇବାକୁ ନିବେଦନ କରିଥିଲା।

ଆଜିର ଶୁଣାଣି ବେଳେ ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସେଟର ଜେନେରାଲ ତୁଷାର ମେହେଟା କହିଥିଲେ, “ଚିଦାମ୍ବରମ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ତେଣୁ ସେ ଯଦି ଜାମିନରେ ଯିବେ, ତା’ହେଲେ ପ୍ରମାଣ ନଷ୍ଟ କରିପାରନ୍ତି। ତେଣୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଉ।”

ଏହାକୁ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ବିରୋଧ କରିଥିଲେ। ସେ କହିଥିଲେ, “ପୂର୍ବରୁ ଚିଦାମ୍ବରମ ବାହାରେ ଥିଲେ। ହେଲେ ସେ ପ୍ରମାଣ ନଷ୍ଟ କରିବାର କୌଣସି ତଥ୍ୟ ତଦନ୍ତକାରୀ ସଂସ୍ଥା ପାଇନାହିଁ। ଚିଦାମ୍ବରମ ଇଡି ରୁଜୁ କରିଥିବା ମନିଲଣ୍ଡରିଂ ମାମଲାରେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି। ଇଡି ତାଙ୍କୁ ନିଜ ହେପାଜତକୁ ନେବା ଉଚିତ।

କାହିଁକି ଚିଦାମ୍ବରମଙ୍କୁ ତିହାର ଜେଲ ପଠାଯିବ? ଏଯାଏ ଚିଦାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଏହି ମାମଲାରେ ଚାର୍ଜଶିଟ ଦାଖଲ ହୋଇନାହିଁ। ସେମାନେ କହୁଛନ୍ତି ଚିଦା ପ୍ରଭାବଶାଳୀ ଏବଂ ପ୍ରମାଣକୁ ନଷ୍ଟ କରିଦେବେ। ହେଲେ ଏଯାଏ ଏନେଇ କିଛି ପ୍ରମାଣ ମିଳିଛି କି?

କ’ଣ କୌଣସି ସାକ୍ଷୀ ଏମିତି କହିଛନ୍ତି କି? ” ତେବେ ସଲିସେଟର ଜେନେରାଲ ଏହାକୁ ବିରୋଧ କରିଥିଲେ। ଇଡି ମଧ୍ୟ ଚିଦାଙ୍କୁ ହେପାଜତକୁ ନେବାକୁ କୁଣ୍ଠାବୋଧ ପ୍ରକାଶ କରିଥିଲା। ଶେଷରେ କୋର୍ଟ ଚିଦାମ୍ବରମଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

You might also like