ଦୁର୍ନୀତି ଅଭିଯୋଗରେ ପୂର୍ବତନ ଏୟାର ଇଣ୍ଡିଆ ଚିଫ୍ ଗିରଫ

ନୂଆଦିଲ୍ଲୀ : ଦୁର୍ନୀତି ଅଭିଯୋଗରେ ପୂର୍ବତନ ଏୟାର ଇଣ୍ଡିଆ ଚିଫ୍ ଅରବିନ୍ଦ ଯାଦବ ଗିରଫ। ଏୟାର ଇଣ୍ଡିଆର ଜେନେରାଲ୍ ମ୍ୟାନେଜର ରାଙ୍କ୍‌ ଅଫିସର ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି।

ଏହାସହ ସିବିଆଇ ଅବସରପ୍ରାପ୍ତ ଡାକ୍ତର ଏଲ୍.ପି ନଖଓ୍ୱା, ଜେନେରାଲ ମ୍ୟାନେଜର ଏବଂ ଅତିରିକ୍ତ ଜେନେରାଲ୍ ମ୍ୟାନେଜର ଏ କାଠ୍‌ପାଲିଆ ଏବଂ ଅମିତାଭ ସିଂଙ୍କୁ ମଧ୍ୟ ଗିରଫ କରିଛି।

ଅଭିଯୋଗ ଅନୁସାରେ, ୨୦୦୯-୧୦ ମସିହାରେ ସିଏମ୍‌ଡି ଅରବିନ୍ଦ ଯାଦବ ସ୍ୱତନ୍ତ୍ର ପ୍ରମୋସନ୍ ପ୍ୟାନେଲ ଗଠନ କରିଥିଲେ ଏବଂ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଜେନେରାଲ୍ ମ୍ୟାନେଜର ଭାବେ ପଦୋନ୍ନତି ଦେଇଥିଲେ।

ଏନେଇ ଅଭିଯୋଗ ପରେ ସିବିଆଇ ତାଙ୍କୁ ଗିରଫ କରିଛି।

You might also like