ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲା

ସଚିନ ଅନ୍ଦୁରେଙ୍କୁ ରିମାଣ୍ଡରେ ନେବ ସିବିଅାଇ

ମୁମ୍ବାଇ : ୫ବର୍ଷ ପରେ ସାମାଜିକ କର୍ମୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିବିଅାଇ। ଗତକାଲି ସଚିନ ପ୍ରକାଶରାଓ ଅନ୍ଦୁରେଙ୍କୁ ଗିରଫ କରିବା ପରେ ଅାଜି ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି ସିବିଅାଇ।

ଅାସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସଚିନ ପ୍ରକାଶରାଓଙ୍କୁ ଜେରା କରିବ ସିବିଅାଇ। ୫ ବର୍ଷ ତଳେ ୨୦ ଅଗଷ୍ଟ ୨୦୧୩ରେ ଡାଭୋଲକରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିବିଅାଇ କହିବା ଅନୁସାରେ ସଚିନ ପ୍ରକାଶରାଓ ହିଁ ଡାଭୋଲକରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ପୂର୍ବରୁ ଏହି ମାମଲାରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଅାଇ।

ଦୁଇ ଅଭିଯୁକ୍ତ ହେଲେ ସାରଙ୍ଗ ଅକୋକ୍ଲର ଓ ବିନୟ ପାଓ୍ୱାର। ଏଯାଏଁ ଏହି ୨ ଜଣ ଫେରାର ଥିବା ସିବିଅାଇ ଉଲ୍ଲେଖ କରିଛି। ସେପଟେ ସିବିଅାଇର ଏଭଳି ଅଭିଯୋଗକୁ ଖଣ୍ଡନ କରିଛିନ୍ତି ସଚିନ ପ୍ରକାଶରାଓଙ୍କ ପରିବାର ଲୋକ।

You might also like