ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା ଗର୍ଭବତୀ ହାତୀ ମୃତ୍ୟୁ ମାମଲା

ନୂଆଦିଲ୍ଲୀ:କେରଳର ଗର୍ଭିଣୀ ହାତୀ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ଘଟଣାର ତଦନ୍ତ ସିବିଆଇ କିମ୍ବା ଏକ ବିଶେଷ ତଦନ୍ତ କମିଟି ଦ୍ୱାରା କରିବା ପାଇଁ ଦାବି କରି ଆଇନଜୀବି ଅବଧ ବିହାରୀ କୌଶିକ ସୁପ୍ରିମକୋର୍ଟରେ ଏକ ପିଟିସିନ ଦାଏର କରିଛନ୍ତି ।
ଆବେଦନରେ କୁହାଯାଇଛି, ଗର୍ଭିଣୀ ହାତୀକୁ ଯେଉଁପରି ଭାବେ ସପୁରୀରେ ବିସ୍ଫୋରକ ଦେଇ ହତ୍ୟା କରାଗଲା ଏହା ଅତ୍ୟନ୍ତ ଭୟଙ୍କର, ଦୁଃଖଦାୟକ ଏବଂ ଅମାନବୀୟ କାମ । ଏହି ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଉଚିତ । ଏହା ପ୍ରଥମ ଘଟଣା ନୁହେଁ, କେରଳର କୋଲ୍ଲମ ଜିଲ୍ଲାରେ ଏପ୍ରିଲ ୨୦୨୦ରେ ଏହିପରି ଏକ ଘଟଣା ଘଟିଥିଲା ଯେଉଁଥିରେ ଏକ ହାତୀର ମୃତ୍ୟୁ ଘଟିଥିଲା ।
ଏଠାରେ କହି ରଖିବୁ, ହାତୀଟି ଏକ ସପୁରୀ ଖାଇଥିଲା ଯେଉଁ ସପୁରୀରେ ବାଣ ଭର୍ତ୍ତି କରାଯାଇ ରଖାଯାଇଥିଲା । ହାତୀଟି ଏହି ସପୁରୀଟି ଖାଇବା ପରେ ଏହା ତା’ର ପାଟି ଭିତରେ ଫାଟି ଯାଇଥିଲା ଯେଉଁ କାରଣରୁ ହାତୀର ମୃତ୍ୟୁ ଘଟିଥିଲା ।
ଉତ୍ତର କେରଳର ମଲ୍ଲପୁରମ ଜିଲ୍ଲାର ଜଣେ ବନ ଅଧିକାରୀଙ୍କ ଦ୍ୱାରା ସୋଶାଲ ମିଡିଆରେ ଶେୟାର ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।
ବନ ଅଧିକାରୀ ମୋହନ କ୍ରିଷ୍ଣନ ତାଙ୍କ ଫେସ ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ‘ହାତୀଟି ଖାଦ୍ୟ ସନ୍ଧାନରେ ଜଙ୍ଗଲ ବାହାରକୁ ଚାଲି ଆସିଥିଲା । ଗାଁ ନିକଟ ସଡକରେ ବୁଲୁଥିବାବେଳେ କିଛି ଲୋକ ବିସ୍ଫୋରକ ଭର୍ତ୍ତି ସପୁରୀ ତାକୁ ଖାଇବାକୁ ଦେଇଥିଲେ । ଏହି ସପୁରୀ ଖାଇବା ପରେ ପାଟି ଭିତରେ ତାହା ଫୁଟି ଯାଇଥିଲା ।’
ସେ ଲେଖିଛନ୍ତି “ହାତୀଟି ସମସ୍ତଙ୍କୁ ଭରସା କରିଥିଲା । ଯେତେବେଳେ ସପୁରି ବିସ୍ଫୋରଣ ହୋଇଥିଲା ସେ ପ୍ରକୃତରେ ଡରି ଯାଇଥିବ, ନିଜ ଗର୍ଭରେ ଥିବା ସନ୍ତାନ କଥା ଭାବିଥିବ ।‘

’ବିସ୍ଫୋରଣରେ ହାତୀର ମୁହଁ ଏବଂ ଜିଭ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ହାତୀଟି ଅତ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହୋଇ ଗାଁ ସାରା ବୁଲିଥିଲା ତଥାପି ସେ କୌଣସି ମଣିଷର କ୍ଷତି କରି ନ ଥିଲା । କାହାର ଘର ଭାଙ୍ଗି ନ ଥିଲା । ତେଣୁ ମୁଁ କହୁଛି ସେ ବହୁତ ଭଲ ଥିଲା ।‘
ଶେଷରେ ସେ ଯାଇ ବେଲିନ୍ୟାର ନଈ ଭିତରେ ଛିଡ଼ା ହୋଇଥିଲା । କାରଣ ତାର କ୍ଷତସ୍ଥାନରେ ମାଛି ବସି ତାକୁ ବହୁତ ହଇରାଣ କରୁଥିଲେ । ଅଧିକାରୀଜଣକ ଏକଥା ବି ଲେଖିଛନ୍ତି, “ ବନ ବିଭାଗ କର୍ମଚାରୀ ଦୁଇଟି ହାତୀ ସୁନ୍ଦରମ ଏବଂ ନୀଳକାନ୍ତମ୍‌କୁ ନେଇ ତା’ ପାଖକୁ ଯାଇଥିଲେ ହାତୀକୁ ପାଣିରୁ ବାହାରକୁ ଆଣିବା ପାଇଁ । ହେଲେ ଆହତ ହାତୀଟି ତା ପାଖକୁ କାହାକୁ ଯିବାକୁ ଦେଇ ନ ଥିଲା । ବହୁ ଚେଷ୍ଟା କରିବା ସତ୍ତ୍ୱେ ହାତୀକୁ ବାହାରକୁ ଆଣି ପାରି ନ ଥିଲୁ । ଶେଷରେ ୨୭ ମେ’ ଅପରାହ୍ନ ୪ଟା ବେଳେ ହାତୀର ମୃତ୍ୟୁ ଘଟିଥିଲା ।’

 

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like