ଏୟାରପୋର୍ଟ ବାହାରେ Luxury କାର୍‌, ନମ୍ବର ପ୍ଲେଟ୍‌ରେ ଲେଖା ହୋଇଛି…

କାନ୍‌ବେରା: ଏୟାରପୋର୍ଟ ବାହାରେ ପାର୍କିଂ ହୋଇଛି ଏକ luxury କାର୍‌। ଯିଏ ବି କେହି ସେଇ ବାଟ ଦେଇ ଯାଉଛନ୍ତି ସମସ୍ତଙ୍କ ନଜର ହଠାତ୍ ପଡ଼ୁଛି କାର୍‌ର ନମ୍ବର ପ୍ଲେଟ୍‌ ଉପରେ। ଆପଣମାନେ ଭାବୁଥିବେ କାର୍‌ର ନମ୍ବର ପ୍ଲେଟ୍‌ରେ ଏମିତି କ’ଣ ଲେଖା ହୋଇଛି ଯେ, ସମସ୍ତଙ୍କ ନଜର ହଠାତ୍‌ ସେଠିକି ପଳାଉଛି। କାର୍‌ର ନମ୍ବର ପ୍ଲେଟ୍‌ରେ ଲେଖା ହୋଇଛି “COVID19”। ଅଷ୍ଟ୍ରେଲିଆର ଏଡିଲେଡ୍‌ରେ ଏଭଳି କିଛି ଘଟଣା ଏବେ ନଜରକୁ ଆସିଛି।

India Times ର ସୂଚନା ଅନୁସାରେ, ଏଡିଲେଡ୍‌ ସ୍ଥିତ ଏୟାରପୋର୍ଟରେ ଏହି କାର୍‌ ପାର୍କିଂ ହୋଇଛି। ଯାହାର ନମ୍ବର ପ୍ଲେଟ୍ “COVID19” ରହିଛି।

ABC ନ୍ୟୁଜ୍‌ର ସୂଚନା ଅନୁସାରେ, ଏହି କାର୍‌ ଲକ୍‌ଡାଉନ୍‌ ଘୋଷଣା ହେବା ପୂର୍ବରୁ ଏଡିଲେଡ୍‌ ଏୟାରପୋର୍ଟ ପାର୍କିଂରେ ପାର୍କିଂ ହୋଇଛି। ଏୟାରପୋର୍ଟର ଜଣେ ଅଧିକାରୀ ଏହି ଫଟୋ ଶେଆର୍‌ କରିଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, ପାର୍କିଂ ହୋଇଥିବା ଏହି BMW କାର୍‌ର ନମ୍ବର ପ୍ଲେଟ୍ “COVID19” ରହିଛି।

ସମ୍ପୃକ୍ତ ଅଧିକାରୀଙ୍କ କହିବା ଅନୁସାରେ, ଲକ୍‌ଡାଉନ୍‌ ପରେ ଏୟାରପୋର୍ଟରେ ଅନେକ ଗାଡ଼ି ପାର୍କିଂରେ ପାର୍କିଂ ହୋଇଛି। ହେଲେ, ଅନୁମାନ କରାଯାଉଛି ଏହି କାର୍‌ ଫେବୃଆରୀରୁ ଏଠାରେ ରଖାଯାଇଛି। କାର୍‌କୁ କଭର୍‌ କରାଯାଇଥିଲା। ହେଲେ ପବନରେ ଏହି କଭର୍‌ ଉଡ଼ି ଯିବା ଫଳରେ ଏହାର ନମ୍ବର ପ୍ଲେଟ୍‌ରେ “COVID19” ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ସେବେଠୁ ଏହି କାର୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସମ୍ପୃକ୍ତ ଅଧିକାରୀ ଜଣକ ଅନୁମାନ କରିଛନ୍ତି, ଏହି କାର୍‌ କୌଣସି ପାଇଲଟ୍‌ଙ୍କର ହୋଇଥାଇପାରେ। ହୁଏତ ପାଇଲଟ୍‌ ଜଣକ ବିମାନ ନେଇ କୌଣସି ସ୍ଥାନକୁ ଯାତ୍ରା ଆରମ୍ଭ କରିଥିବେ ଓ କରୋନା ପାଇଁ ସେଠାରେ ଫସି ଯାଇଥିବେ।

ଘଟଣା ଯାହାବି ହେଉନା କାହିଁକି, ଏବେ ଏହି କାର୍‌ର ନମ୍ବର ପ୍ଲେଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

ପରଲୋକରେ ନବନିର୍ବାଚିତ ବିଜେପି ରାଜ୍ୟସଭା ସାଂସଦ

You might also like