କାର ଭିତରେ ଖେଳୁଥିଲେ କୁନି କୁନି ଶିଶୁ, ଡୋର ଲକ୍‌ ପଡ଼ିଗଲା

ଲକ୍ଷ୍ନୌ: ଏମିତି ବି ଆସେ ମୃତ୍ୟୁ। କୁନି କୁନି ପିଲା କାର୍‌ ଭିତରେ ଖେଳୁଥିଲେ। ହେଲେ ସେମାନେ ଜାଣି  ନ ଥିଲେ କାର ଭିତରେ ତାଙ୍କପାଇଁ ଏମିତି ମୃତ୍ୟୁ ଜଗି ବସିଛି ବୋଲି। ହଠାତ୍‌ କାର୍‌ ଲକ୍‌ ପଡ଼ିଗଲା। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶିଶୁଙ୍କ ଜୀବନ। ଘଟଣା ଘଟିଛି ଉତ୍ତରପ୍ରଦେଶ ମୋରଦାବାଦ ସହରରେ। ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉତ୍ତରପ୍ରଦେଶ ମୋରଦାବାଦ ସହରର ୪ ଜଣ ଛୋଟ ପିଲା କାର ଭିତରେ ଖେଳୁଥିଲେ। ସମସ୍ତଙ୍କର ବୟସ ୪ରୁ ୭ ବର୍ଷ ମଧ୍ୟରେ। ଖେଳିବା ବେଳେ କେମିତି କେଜାଣି କାର୍‌ର ଡୋର ଲକ୍‌ ହୋଇଯାଇଥିଲା।  ଫଳରେ କାର୍ ଲକ୍ ହୋଇଯିବାରୁ ଶିଶୁମାନେ ଆଉ ବାହାରି ପାରିନଥିଲେ।

କାର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକେ କାର୍‌ ଡୋର ଖୋଲି ପିଲାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କୁ ଚିକିତ୍ସାଧୀନ ଅଛନ୍ତି।

 

You might also like