ବିବାହ ଭୋଜିକୁ ଯାଉଥିବା ବେଳେ ଦୁର୍ଘଟଣାରେ ୬ ମୃତ

ମଧ୍ୟପ୍ରଦେଶ : ବିବାହ ଭୋଜିକୁ ଯାଉଥିବା ବେଳେ ବାଟରେ ଚାଲିଗଲା ୬ ଜୀବନ । ମାତ୍ର କିଛି ଘଣ୍ଟା ମଧ୍ୟରେ ବିବାହ ଭୋଜିରେ ପହଞ୍ଚିଥାନ୍ତେ, ହେଲେ ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅ ମଧ୍ୟକୁ ସିଧା ପଶିଗଲା କାର  । ଆଉ ଗଭୀର କୂଅ ଭିତରେ କାରଟି ପଡିଯିବାରୁ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଛି ଏହାସହ ଆଉ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶ ମହାରାଜପୁର ଛତରପୁରରେ । ମିଳିଥିବା ସୂଚନା ଅନୁସାରେ, ଏକ ବିବାହ ଭୋଜିରେ ଯୋଗଦେବାକୁ କାରରେ ୯ଜଣ ଯାଉଥିଲେ  , ହେଲେ କୌଣସି କାରଣରୁ ଗତକାଲି ରାତିରେ ରାସ୍ତା କଡରେ ଥିବା ଏକ ଗଭୀର କୂଅ ଭିତରେ ପଡିଯାଇଥିଲା କାର । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ କାରଟିକୁ କୂଅ ଭିତରୁ ଉଦ୍ଧାର କରି ତଦନ୍ତ ଚଳାଇଛି ।

You might also like