ପ୍ରଧାନମନ୍ତ୍ରୀଙ୍କ ସଭାରେ ଭୁଶୁଡିଲା ଟେଣ୍ଟ୍
ମୋଦି ପହଞ୍ଚିଲେ ହସ୍ପିଟାଲରେ
ମିଦନାପୁର : ପ୍ରଧାନମନ୍ତ୍ରୀଙ୍କ ସଭାବେଳେ ଭୁଶୁଡିଲା ଟେଣ୍ଟ୍ । ଏଥିରେ ୨୦ ଜଣ ଅାହତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ମିଦନାପୁରରେ ଅାଜି ପ୍ରଧାନମନ୍ତ୍ରୀଙ୍କ ସଭାର ଅାୟୋଜନ ହୋଇଥିଲା। ସଭା ଚାଲିଥିବାବେଳେ ଟେଣ୍ଟଟି ଭୁଶୁଡି ପଡିଥିଲା। ଏଥିରେ ୨୦ ଜଣ ଅାହତ ହୋଇଛନ୍ତି।
ସମସ୍ତ ଅାହତଙ୍କୁ ମିଦନାପୁରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ଯାଇ ଅାହତଙ୍କ ଅବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ମମତାଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ ମୋଦି। ସେ କୃଷ୍ଣଙ୍କ ରାଲିରେ ଭାଷଣ ଦେଇ କହିଥିଲେ ଯେ ପଶ୍ଚିମବଙ୍ଗରେ ‘ରାଜନୈତିକ ସିଣ୍ଡିକେଟ’ ସବୁ ପ୍ରକାର ନିଷ୍ପତ୍ତ ନେଉଥିବା ଯୋଗୁଁ ବିକାଶ ହୋଇପାରୁ ନାହିଁ। ଏକ ବିରାଟ ଇତିହାସ ଥିବା ପଶ୍ଚିମବଙ୍ଗ ଏହି ସିଣ୍ଡିକେଟ ରାଜ ଯୋଗୁଁ ଅଗ୍ରଗତି କରିପାରୁ ନାହିଁ। ଚାଷୀମାନଙ୍କ ଫସଲ ବିକ୍ରିଠାରୁ ଆରମ୍ଭ କରି କଲେଜରେ ନାମ ଲେଖା ବ୍ୟବସାୟିକ କାରବାର ସବୁ କ୍ଷେତ୍ରରେ ‘ସିଣ୍ଡିକେଟ୍’ ନିଷ୍ପତ୍ତି କରୁଛି।
#WATCH Moments after a portion of tent in PM Narendra Modi’s rally in Midnapore collapsed during his speech today. PM later met the injured in hospital. #WestBengal pic.twitter.com/NjvFY7d6Ay
— ANI (@ANI) 16 July 2018
ତ୍ରିପୁରାରେ ଯେମିତି ଲୋକେ ସରକାର ବଦଳାଇ ଦେଲେ ଠିକ୍ ସେମିତି ପଶ୍ଚିମବଙ୍ଗରେ ଲୋକେ ସରକାର ବଦଳାଇ ବିକାଶ ଆଣନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ଵାନ୍ କରିଥିଲେ।