ନିଜ ମା’କୁ ଖଣ୍ଡ ଖଣ୍ଡ କରି ହଜାରେ ଖଣ୍ଡ କଲା, ଆଉ ତା’ପରେ କୁକୁରଙ୍କ ସହ ମିଶି ଖାଇଲା

ସ୍ପେନ: ସ୍ପେନରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାର ମା’କୁ ମାରି ହଜାରେ ଖଣ୍ଡ କରିଦେଇଛି। ଖାଲି ହଜାରେ ଖଣ୍ଡ କରିନି ବରଂ ଖଣ୍ଡ ଖଣ୍ଡ କରି ସେହି ମାଂସକୁ ଖାଇଦେଇଛି। ସେହି ମାଂସ ସେ ଏକା ଖାଇ ନାହିଁ, ତାଙ୍କ ଘରେ ଥିବା କୁକୁରମାନଙ୍କୁ ମଧ୍ୟ ଖାଇବାକୁ ଦେଇଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ପୋଲିସ ପୁଅକୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ୬୮ ବର୍ଷୀୟ ମା’ ମାରିଆ ଗୋମେଜ ଏବଂ ୨୮ ବର୍ଷୀୟ ପୁଅ ଆଲବର୍ଟ ସାଞ୍ଚେଜ ଗୋମେଜ ମେଡ୍ରିଡ ଅଞ୍ଚଳରେ ଗୋଟିଏ ଘରେ ଏକାଠି ରୁହନ୍ତି। ହେଲେ ହଠାତ ଗୋଟିଏ ଦିନ ଆଲବର୍ଟ ମାରିଆଙ୍କୁ ମାରି ଟିକ୍ ଟିକ୍ କରିଦେଲା। ମିଳିଥିବା ସୂଚନା ଅନୁଯାୟୀ ମାରିଆଙ୍କୁ ଆଲବର୍ଟ ପ୍ରାୟ ଏକ ହଜାର ଛୋଟ ଛୋଟ ଖଣ୍ଡରେ କାଟିଥିଲା। ଆଉ ସେହି ମାଂସକୁ ନିଜେ ଖାଇବା ସହ ନିଜ କୁକୁର ମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲା।

ପୋଲିସ କହିବାନୁଯାୟୀ ମାରିଆଙ୍କ ଜଣେ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ, ତାଙ୍କ ମୃତ୍ୟୁ ଖବର ଜାଣିପାରି ପୋଲିସ ଆଗରେ ଦୁଃଖ ପ୍ରକାଶ କରିଥିଲେ। ଏଥିରୁ ପୋଲିସ ଜାଣିପାରି ମାରିଆଙ୍କ ଘରେ ଚଢ଼ାଉ କରିଥିଲା। ମାରିଆଙ୍କ ଘରେ ପୋଲିସ ପହଞ୍ଚି ଯେତେବେଳେ କବାଟ ବାଡ଼େଇଥିଲା ସେତେବେଳେ ଆଲବର୍ଟ କବାଟ ଖୋଲିଥିଲା। ଆଉ ପୋଲିସ ତାକୁ ପଚାରିଥିଲା ମାରିଆ ଗୋମେଜ ଘରେ ଅଛନ୍ତି କି ? ଏଥିରେ ଆଲବର୍ଟ ଉତ୍ତର ଦେଇଥିଲା, ‘ହଁ ସେ ଘର ଅଛନ୍ତି ସତ ହେଲେ ଜୀବିତ ନୁହେଁ ମୃତ। ଆଉ ତାଙ୍କ ମୃତ୍ୟୁ ପରେ ମୁଁ ଆଉ ମୋ କୁକୁରମାନେ ତାଙ୍କ ଖାଇଦେଇଛୁ।

ପୋଲିସ ଆଲବର୍ଟର ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲା। ସେ ଘରେ ଭିତରେ ପଶି ଛାନଭିନ୍ ଆରମ୍ଭ କରିଥିଲା। ଆଉ ଛାନଭିନ ବେଳେ ମାରିଆଙ୍କ ଛୋଟ ଛୋଟ ମାଂସ ଖଣ୍ଡ ଦେଖିବାକୁ ପାଇଥିଲା। କିଛି ମାଂସ ଖଣ୍ଡ ପ୍ଲାଷ୍ଟିକ ବ୍ୟାଗରେ ପ୍ୟାକ ହୋଇ ରହିଥିବା ବେଳେ ଶରୀରର ଆଉ କିଛି ଅଂଶ ଫ୍ରିଜ ଭିତରେ ରହିଥିଲା। ପୋଲିସ ଏହା ଦେଖି ଅତ୍ୟନ୍ତ ହତବାକ୍ ହୋଇପଡ଼ିଥିଲା। ଏଭଳି ଘଟଣା ବୋଧ ହୁଏ ସେହି ପୋଲିସମାନଙ୍କ ପାଇଁ ନୂଆ ଥିଲା।

ଏହି ଘଟଣା ନେଇ ପୋଲିସ ଯେତେବେଳେ ଆଲବର୍ଟକୁ ପଚରାଉଚରା କରିଥିଲା, ସେତେବେଳେ ସେ ନିଜ ମା’କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଥିବା ଅପରାଧକୁ ସ୍ୱୀକାର କରିଥିଲା। ଏହାପରେ ପୋଲିସ ଆଲବର୍ଟକୁ ଗିରଫ କରିଥିଲା। ଆଇନ ଅନୁଯାୟୀ କୋର୍ଟ ଆଲବର୍ଟର ଦୋଷ ପାଇଁ ୧୫ ବର୍ଷର ଜେଲଦଣ୍ଡାଦେଶ ଶୁଣାଇପାରନ୍ତି ବୋଲି କୁହାଯାଉଛି।

You might also like