କଙ୍ଗାରୁକୁ ପାଣିରୁ ଉଦ୍ଧାର କଲା ପୁଲିସ, ଆଉ ତା ପରେ ….

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର କାନବେରାରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନଦୀରେ ଏକ କଙ୍ଗାରୁ ବୁଡ଼ି ଯାଉଥିବା ଦେଖି ଦୁଇ ଜଣ ପୁଲିସ କର୍ମଚାରୀ ବହୁ କଷ୍ଟରେ ତାକୁ ଉଦ୍ଧାର କଲେ। ହେଲେ ତା’ପରେ କଙ୍ଗାରୁ ଏମିତି କାମ କଲା…

 ପାଣିରୁ କଙ୍ଗାରୁକୁ ଉଦ୍ଧାର କରିବାର ଦୃଶ୍ୟକୁ କେହିଜଣେ ମୋବାଇଲରେ ରେକର୍ଡିଂ କରିଥିଲେ ଯାହାର ଭିଡିଓ ଭାଇରାଲ ହୋଇଛି। ପୁଲିସ  କର୍ମୀମାନେ କଙ୍ଗାରୁକୁ ଥରେ ବହୁ କଷ୍ଟରେ ପାଣିରୁ ଉଦ୍ଧାର କଲେ। ହେଲେ ତା ପରେ ପୁଣି ସେ ପାଣିକୁ ଡେଇଁ ପଡ଼ିଲା। କାନବେରାର ବୁରେଲ ଲେକ୍‌ରେ ଘଟିଛି ଏପରି ଘଟଣା।

Jetski police in Canberra attempt to arrest swimming suspect [OC] from r/australia

ଭିଡିଓରେ ଦେଖିବାକୁ ମିଳିଛି, ଦୁଇଜଣ ପୁଲିସ କର୍ମୀ କଙ୍ଗାରୁକୁ ବାହାରକୁ ଆଣିଛନ୍ତି। ହେଲେ କୂଳରେ ପହଞ୍ଚିବା  ପରେ କଙ୍ଗାରୁକୁ ଡଙ୍ଗାରୁ କାଢି ତଳେ ରଖିବା କ୍ଷଣି ସେ ପୁଣି ଛଲାଙ୍ଗ ମାରି ପାଣିକୁ ଡେଇଁ ପଡ଼ିଛି। ସେତିକି ନୁହେଁ, ପହଁରି ପହଁରି ଦୂରକୁ ପଳାଇ ଯାଉଛି। ଏକାଧିକ ବାର ଚେଷ୍ଟା କରିବା ପରେ ଶେଷରେ କଙ୍ଗାରୁକୁ ପାଣିରୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁଯାୟୀ, କଙ୍ଗାରୁ ଭଲ ପହଁରିପାରେ। ହେଲେ କିନ୍ତୁ  ଏଠି ସେ ପାଣିରେ ଫସି ଯାଇଥିଲା। ସେ ଯେତେବେଳେ ପାଣିରୁ ବାହାରିବାକୁ ଚେଷ୍ଟା କରୁଥିଲା ଲେକ୍‌ର ଦୁଇ ପାଖରେ ଥିବା ସିମେଣ୍ଟ ବନ୍ଧ ଥିବାରୁ ପାଣିରୁ ବାହାରି ପାରୁ ନ ଥିଲା। ଆଉ ପୁଲିସ କର୍ମୀମାନେ ଯେତେବେଳେ ତାକୁ ଉଦ୍ଧାର କରୁଥିଲେ ସେ ପୁଣି ପାଣିକୁ ଡ଼େଇଁ ପଡ଼ୁଥିଲା।

ଯାହା ବି ହେଉ, ୨ୟ ଥର କଙ୍ଗାରୁକୁ ପାଣିରୁ ବାହାର କରିବା ପରେ ପୁଲିସ କର୍ମୀ ତାକୁ ବାନ୍ଧି ଦେଇଥିଲେ ଏବଂ ପରେ ଏକ ଟ୍ରକ୍‌ରେ ପକାଇ ନେଇ ଯାଇଥିଲେ।

ଆହୁରି ପଢ଼ନ୍ତୁ

ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ତ୍ରୀ

ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

You might also like