• translate
Chandan Shishu

କରୋନା ମହାମାରୀ ଦ୍ୱିତୀୟ ଲହର ମଣିଷ ଜୀବନକୁ ସତେ ଯେପରି ସୀମା ଭିତରେ ରଖି ଦେଇଛି । କିନ୍ତୁ କରୋନାରୁ ଆରୋଗ୍ୟ ହେବାକୁ ଯାଇ ଅନେକ ଲୋକ ଭ୍ରମର ଶିକାର ହେଉଛନ୍ତି । ଅନେକ ଚେରମୂଳି ଔଷଧ ଓ ଡାକ୍ତର ବିନା ପରାମର୍ଶରେ ମେଡିସିନ୍ ସେବନ କରିବା କାରଣ ମୂଲ୍ୟ ଜୀବନ ପାଣି ଫୋଟକା ପରି ଚାଲିଯାଉଛି । କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ସ୍କୁଲ ଶିକ୍ଷକ ଲେମନ୍‌୍ ଥେରାପି କରି ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଇଚୁର ଅଂଚଳରେ ।

ବର୍ତ୍ତମାନ ଲେମନ୍ ଥେରାପିକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । କୋଭିଡ୍ ସ୍ଥିତିରେ କରୋନାରୁ ବର୍ତ୍ତିବା ପାଇଁ ବାସଭରାଜ ନାମକ ଜଣେ ଶିକ୍ଷକ ଲେମନ ଥେରାପି କରୁଥିଲେ । ତାଙ୍କ ସହ ପରିବାର ଲୋକ ବି ଏହି ଥେରାପୀ କରନ୍ତି । ପରେ ଲେମ୍ବୁ ଜୁସ୍ କୁ ନାକରେ ପୁରାଇ ଅନ୍ୟ ନାକ ପଟେ ଛାଡୁଥିଲେ । ଏହାପରେ ବାସବରାଜଙ୍କ ବାନ୍ତି ହୋଇଥିଲା । ଅଧିକ ବାନ୍ତି ହେବାରୁ ସେ ଚେତା ହରାଇଥିଲୋ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନିକଟରେ ହୁବ୍ୱାଲିର ଟାଇକୁନ୍ ଲେମନ୍ ଥେରାପି ପାଇଁ ପରାମର୍ଶ ଦେଇଥିଲା । ଏହା କହିବାନୁସାରେ ନାକର ଗୋଟିଏ ପୁଡାରେ ଦୁଇ ଡ୍ରପ୍ ଲେମ୍ବୁ ପାଣି ପକାଇବା ଦ୍ୱାରା ଧିରେ ଧିରେ ଶରୀରରେ ଅକ୍ସିଜେନ୍ ସ୍ତର ବଢିଥାଏ । କୋଭିଡ୍ ଦାଉରୁ ରକ୍ଷା କରିଥାଏ । ସେହିପରି ଜଣେ ପ୍ରତିଷ୍ଠିତ ଶିଳ୍ପପତି ତଥା ଭିଆରଏଲ୍ ଗ୍ରୁପର ଚେୟାରମ୍ୟାନ୍ ବିଜୟ ଶଙ୍କେଶ୍ୱର କରୋନା ପାଇଁ ଲେମନ୍ ଥେରାପୀ ବହୁ ଉପାଦେୟ ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ପରୀକ୍ଷା ନିଜେ କରିବା ସହ ପରିବାର ଲୋକ ମଧ୍ୟ କରିଛନ୍ତି । ନାକରେ ଦୁଇ ଡ୍ରପ୍ ଲେମନ୍ ଜୁସ୍ ପକାଇବା ପରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢୁଥିବା ନେଇ ବିଜୟ ଶଙ୍କେଶ୍ୱର ଗଣମାଧ୍ୟମ ଆଗରେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମୋର ୨ ଜଣ ବରିଷ୍ଠ ଅଧିକାରୀ ଅକ୍ସିଜେନ ଲେବଲ କମ୍ ଥିବା ନେଇ ମୋତେ କହିଥିଲେ । ମୁଁ ଲେମନ ଥେରାପୀ କରିବା ପାଇଁ ପରାମର୍ଶ ଦେଇଥିଲି । ଏହା କରିବା ପରେ ମାତ୍ର ଘଣ୍ଟାଏ ଭିତରେ ସେମାନଙ୍କ ଅକ୍ସିଜେନ୍ ସ୍ତର ୮୮ ପ୍ରତିଶତରୁ ବଢି ୯୬ ପ୍ରତିଶତ ହୋଇଥିଲା ।

ପ୍ରକୃତ ସତ୍ୟ କଣ?

ଇଣ୍ଟରନ୍ୟାସନାଲ ବିଜନେସ୍ ଟାଇମ୍ସ ପକ୍ଷରୁ ଲେମନ୍ ଥେରାପୀକୁ ନେଇ ହୋଇଥିବା ରିଭ୍ୟୁରେ ଏହା ଇପେକ୍ଟିଭ୍ ନୁହେଁ ବୋଲି କୁହାଯାଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲେମନ ଥେରାପୀର କୌଣସି ସଦ୍ୟ ପ୍ରମାଣ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁଏସ୍ ର ନ୍ୟାସନାଲ ଏକାଡେମିକ ଅଫ୍ ସାଇନ୍ସ ଆଣ୍ଡ ଇଂଜିନିୟରିଂର ୱେବସାଇଟରେ ପ୍ରକାଶିତ ହୋଇଛି । ଲେମ୍ବୁରେ ଭିଟାମିନ୍‌-ସି ରହିଥାଏ, ଯାହା ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ । କିନ୍ତୁ ଶରୀର ଇମ୍ୟୁନୁ ସିଷ୍ଟମକୁ ବଢାଇ ସଂକ୍ରମଣରୁ ରକ୍ଷା କରିବା ଏହା କୌଣସି ପ୍ରମାଣ ନଥିବା ସେଥିରେ ଉଲ୍ଲେଖ କରାଯାଇଛିା

Other Stories