ଲଣ୍ଡନ: ୟୁରୋପୀୟ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ଆକ୍ରାନ୍ତଙ୍କ ସ୍ୱାବ ଟେଷ୍ଟ କରିବା ପାଇଁ କିଟ୍ ଯୋଗାଇବା କଷ୍ଟକର ବ୍ୟାପାର ହୋଇ ପଡ଼ୁଛି । ଏପରି ପରିସ୍ଥିତିରେ ବ୍ରିଟିଶ ସରକାର କୁକୁରମାନଙ୍କର ସାହାଯ୍ୟ ନେଉଛନ୍ତି।

ଏଠାରେ ପ୍ରଶିକ୍ଷିତ କୁକୁରମାନେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବେ । ବ୍ରିଟିଶ ସରକାର ପକ୍ଷରୁ କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଏହି କୋଭିଡ୍‌ କୁକୁରମାନଙ୍କୁ ଏପରି ତାଲିମ ଦିଆଯାଉଛି ଯେ, ସେମାନେ ଭାଇରସ ସଂକ୍ରମଣକୁ ଚିହ୍ନିବା ସହ ଲକ୍ଷଣ ସାମ୍ନାକୁ ଆସିବା ପୂର୍ବରୁ ରୋଗୀଙ୍କୁ ଠାବ କରିପାରିବେ ।
ଏ ନେଇ ବ୍ରିଟିଶମାନେ ଗବେଷଣା ଚଳାଇଛନ୍ତି । କୁକୁରମାନେ ବିନା କୌଣସି ଉପକରଣରେ ଯେପରି କରୋନା ଆକ୍ରାନ୍ତଙ୍କୁ ଚେତାବନୀ ଦେଇ ପାରିବେ ସେ ନେଇ ଅଧ୍ୟୟନ ଚାଲିଛି ।
ଲଣ୍ଡନର ସ୍କୁଲ ଅଫ ହାଇଜିନ ଆଣ୍ଡ ଟପିକାଲ ମେଡିସିନରେ ଗବେଷକମାନେ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ଡିଟେକ୍ସନ ଡଗ୍‌ସ ଏବଂ ଡରହାମ ବିଶ୍ୱ ବିଦ୍ୟାଳୟ ସହ ମିଶି ପରୀକ୍ଷଣ କରିବେ ।
ବ୍ରିଟିଶ ସରକାରଙ୍କ  Department of Health and Social Care ପକ୍ଷରୁ କୁହାଯାଇଛି ଯେ, ସରକାର ଏହି ଗବେଷଣା ପାଇଁ ୫ ଲକ୍ଷ ପାଉଣ୍ଡ ଅନୁଦାନ ରାଶି ଦେଇଛନ୍ତି । ପ୍ରଥମ ଚରଣରେ ପରୀକ୍ଷା କରାଯିବ-ଶରୀରରୁ ବାହାରୁ ଥିବା ଗନ୍ଧରୁ କୁକୁର କରୋନା ଭାଇରସକୁ ଚିହ୍ନଟ କରିପାରିବ କି ? ଏହି ଗବେଷଣା ପାଇଁ ଦୁଇ ବିଶ୍ୱ ବିଦ୍ୟାଳୟର ବିରଷ୍ଠ ରୋଗ ନିୟନ୍ତ୍ରଣ ବିଶେଷଜ୍ଞ ମିଶି କାମ କରୁଛନ୍ତି ।
ଏଠି କହି ରଖିବୁ, ମେଡିକାଲ ଡିଟେକ୍ସନ ଡଗ୍ସ ପୂର୍ବରୁ କୁକୁରଙ୍କ  ଦ୍ୱାରା ରୋଗ ନିରୂପଣ କରିବା ପାଇଁ ତାଲିମ ଦେଇ ସଫଳତା ପାଇଛନ୍ତି । କ୍ୟାନ୍ସର, ମ୍ୟାଲେରିଆ ପରି ରୋଗକୁ ତାଲିମପ୍ରାପ୍ତ କୁକୁର ଶୁଘିଂ ଚିହ୍ନଟ କରିପାରୁଛନ୍ତି ।
ବ୍ରିଟେନର innovation ministerଙ୍କ କହିବା ଅନୁଯାୟୀ, ଯଦି Bio-investigator କୁକୁରମାନେ କ୍ୟାନ୍ସର ପରି ରୋଗକୁ ଚିହ୍ନଟ କରିପାରୁଛନ୍ତି ତେବେ ଆମେ କରୋନା ଭାଇରସ ଚିହ୍ନଟ ଦିଗରେ ଯଦି ଉଦ୍ୟମ କରିବୁ ତେବେ ସଫଳ କାହିଁକି ନ ହେବୁ? ସେ କହିଛନ୍ତି, ଏ ଦିଗରେ ଅଧକ ଗବେଷଣା ଆମକୁ କହିବ କି କୋଭିଡ୍‌ କୁକୁର କେତେ ବିଶ୍ୱସନୀୟ ଭାବେ କରୋନା ଭାଇରସକୁ ଚିହ୍ନି ପାରୁଛି । ଏ ଦିଗରେ ଆମର ପ୍ରୟାସ ଜାରି ରହିଛି ।

ପ୍ରଶିକ୍ଷିତ Bio-investigator କୁକୁରମାନେ କରୋନା ଭାଇରସ  ଚିହ୍ନଟ କରିବେ !

Other Stories