ଶାନ୍ତ ହେଉଛି କାଶ୍ମୀର, ପିଲାଙ୍କ ପାଇଁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ହିଂସା ପ୍ରଭାବିତ ଶ୍ରୀନଗର ଅନନ୍ତନାଗରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି।

ଜାମ୍ମୁ-କାଶ୍ମୀର: ହିଂସା ପ୍ରଭାବିତ ଶ୍ରୀନଗର ଅନନ୍ତନାଗରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। କରୋନା ସଂକ୍ରମଣ ଯୋଗୁଁ ସ୍କୁଲ ସବୁ ବନ୍ଦ ରହିଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ହିଂସା ପ୍ରଭାବିତ ଶ୍ରୀନଗର ଅନନ୍ତନାଗରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ଦୁଃସାହସିକ କ୍ରୀଡାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ୱାଲ୍ଡ କ୍ଲାଇମ୍ବିଂରେ ଅନେକ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି। ସେମାନଙ୍କୁ ଜଣେ ଟ୍ରେନର ୱାଲ୍ଡ କ୍ଲାଇମ୍ବିଂର ପ୍ରଶିକ୍ଷଣ ଦେଇଥିଲେ। ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ସ୍କୁଲ ସବୁ ବନ୍ଦ ରହିଛି ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ଏଭଳି ଦୁଃସାହିସକ କ୍ରୀଡାର ଆୟୋଜନ କରାଯାଇଥିଲା। ପ୍ରଥମଥର ପାଇଁ ଅନନ୍ତନାଗରେ ଏହି ଇଭେଣ୍ଟ ଆୟୋଜିତ ହୋଇଥିଲା।

ୱାଲ୍ଡ କ୍ଲାଇମ୍ବିଂର ପ୍ରଶିକ୍ଷଣ ପାଇଁ ଏକ କୃତ୍ରିମ ୱାଲ୍ଡ ତିଆରି କରାଯାଇଥିଲା ଏଥିରେ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ପ୍ରଶିକ୍ଷଣ ନେଇଥିଲେ।ଜାମ୍ମୁ ଓ କାଶ୍ମୀରରେ ଦୀର୍ଘଦିନ ଧରି ଅସ୍ଥିରତା ଲାଗି ରହିଥିବା ଯୋଗୁଁ ବିଭିନ୍ନ କ୍ରୀଡାର ଆୟୋଜନ କରାଯାଇଥିଲା।ଏବେ ସ୍ଥିତି ସୁଧୁରିବା ପରେ ଛାତ୍ରଛାତ୍ରୀଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ପାଇଁ ଓ୍ବାଲ କ୍ଲାଇମ୍ବିଂର ଆୟୋଜନ କରାଯାଇଛି କରାଯାଇଛି।

କିନ୍ତୁ ଜାମ୍ମୁରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି।ପ୍ରବଳ ଥଣ୍ଡାରେ ଥରୁଛି ଜାମ୍ମୁ ଓ କାଶ୍ମୀର। ଲଗାତାର ଭାବରେ ଜାମ୍ମୁ ଓ କାଶ୍ମୀରରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଡାଲ୍ ହ୍ରଦର ପାଣି ବରଫ ପାଲଟି ଯାଇଛି। ଶ୍ରୀନଗରରେ ତାପମାତ୍ରା ମାଇନସ୍ ୬.୪ ଡିଗ୍ରୀ ସେଲସିଅସକୁ ଖସି ଆସିଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପାରଦ ମାଇନସ ତଳକୁ ଖସିଥିବା ରେକର୍ଡ କରାଯାଇଛି।

କେବଳ ଡାଲ୍ ହ୍ରଦ ନୁହଁ, ସହରର ନଳାଗୁଡ଼ିକରେ ମଧ୍ୟ ପାଣି ବରଫ ପାଲଟି ଯାଇଛି। ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଘର ଭିତରେ ରହୁଛନ୍ତି। ପାଣି ବରଫ ପାଲଟିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ପାଣି ବରଫ ହେଉଥିବା କାରଣରୁ ପିଇବା ପାଣିରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଛି। ରାସ୍ତା ଉପରେ ବି ଗଦାଗଦା ବରଫ ପଡିରହିଛି। ତେଣୁ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଘରୁ ବାହାରିବା ଲାଗି ଲୋକେ ନିଜେ ହିଁ ବରଫ ଭାଙ୍ଗି ରାସ୍ତା ସଫା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

You might also like