ସ୍ୱପ୍ନରେ ଗିଳିଦେଲେ ନିର୍ବନ୍ଧ ମୁଦି, ଆଉ ତା ପରେ…

ନୂଆଦିଲ୍ଲୀ: ସ୍ୱପ୍ନ ସତ ହେଉ, ଏକଥା କିଏ ନ ଚାହେଁ ! ଅବଶ୍ୟ ଆମେରିକାର  ଏହି ଯୁବତୀଙ୍କର ଏପରି ଇଚ୍ଛା ଥିଲା କି ନାହିଁ ଆମେ ଜାଣିନୁ। କିନ୍ତୁ ତାଙ୍କ ସ୍ୱପ୍ନ ସତ ହୋଇଯାଇଛି।  ଯାହା ସେ ସ୍ୱପ୍ନରେ ଦେଖିଥିଲେ ତାହା ତାଙ୍କ ପାଇଁ ତତ୍‌କ୍ଷଣାତ୍‌ ବାସ୍ତବର ରୂପ ନେଇଛି ।  ହେଲେ ତା ପରେ କ’ଣ ହେଲା ଜାଣନ୍ତୁ।

ଗତ ସପ୍ତାହର ଘଟଣା।  କାଲିଫର୍ଣ୍ଣିଆର ୨୯ ବର୍ଷ ବୟସ୍କ ଏହି ଯୁବତୀ ଜେନା ଇବାଂସ ଜଣକ  ରାତିରେ ଶୋଇଥିଲେ। ସ୍ୱପ୍ନ ଦେଖିଲେ ସେ ଏବଂ ତାଙ୍କର ଭାବ ସ୍ୱାମୀ ଏକ ଟ୍ରକରେ ଯାତ୍ରା କରୁଛନ୍ତି। ଟ୍ରକଟି ଖୁବ୍‌ ଦ୍ରୁତ ଗତିରେ ଯାଉଛି। ଏହି ସମୟରେ କିଛି ଦୁଷ୍ଟଲୋକ ସେଠାରେ ପହଞ୍ଚି ଗଲେ। ସେମାନଙ୍କୁ ଦେଖି ଯୁବତୀ ଡରିଗଲେ। ଦାମୀ ଜିନିଷ କହିଲେ ତାଙ୍କ ପାଖରେ ଥିଲା ୨୪ କାରେଟ ସୁନାରେ ତିଆର ହୀରା ଖଚିତ ଏକ ମୁଦି। ହୀରା ମୁଦିଟି  ନିର୍ବନ୍ଧ ସମୟରେ ତାଙ୍କ ଭାବି ସ୍ୱାମୀ ତାଙ୍କୁ ଦେଇଥିଲେ। ଦୁଷ୍ଟ ଲୋକମାନେ କାଳେ ତାଙ୍କ  ମୁଦି ନେଇଯିବେ ଭାବି ଯୁବତୀ ଜଣକ ମୁଦିକୁ ପାଟିରେ ପୁରାଇ ଗିଳି ଦେଇଥିଲେ।

ନିଦ ଭାଙ୍ଗିଲା ପରେ ଯୁବତୀଙ୍କ ନଜର ଯେତେବେଳେ ଆଙ୍ଗୁଠି ଉପରେ ପଡିଲା ସେ ଡରିଗଲେ। କାରଣ ମୁଦି ତାଙ୍କ ହାତରେ ନ ଥିଲା।  ଖୋଜାଖୋଜି କରି ପାଇ ନ ଥିଲେ। ମନେ ପଡ଼ିଲା ସ୍ୱପ୍ନ କଥା। ଭାବିଲେ ସ୍ୱପ୍ନ ଦେଖୁ ଦେଖୁ ସତରେ କ’ଣ ଆଉ ଗିଳି ଦେଲେ କି ମୁଦିକୁ । ତାଙ୍କ ଭାବି ସ୍ୱାମୀଙ୍କୁ ଡାକିଲେ। ଉଭୟ ଡାକ୍ତରଖାନାରେ ପହଞ୍ଚିଲେ। ଡାକ୍ତର ଏକ୍ସ-ରେ କଲାପରେ ଜଣାପଡିଲା, ସତରେ ତାଙ୍କର ପେଟରେ ମୁଦି ଅଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଅସ୍ତ୍ରୋପଚାର କରାଯିବ ବୋଲି ଠିକ କରାଗଲା। ତେବେ ଏଥିରେ ଲାଇଫ ରିସ୍କ ରହିଥିବା ଡାକ୍ତର କହିଲା ପରେ ଡରି ଯାଇଥିଲେ ଯୁବତୀ।  ସବୁ ପ୍ରସ୍ତୁତି ପରେ ତାଙ୍କୁ ମୃତ୍ୟୁ ସମ୍ପର୍କିତ ଏକ ଫର୍ମରେ ଦସ୍ତଖତ କରିବାକୁ କହିଥିଲେ । ଏଥିରେ ଦସ୍ତଖତ କରିବା ସମୟରେ ଯୁବତୀଜଣକ ସତରେ କାନ୍ଦି ପକାଇଥିଲେ। ଭାବିଲେ, ସତରେ ଯଦି ମୁଁ ଏହି ଅପରେସନରେ ମରିଯାଏ ମୋତେ ଲୋକେ କେତେ ପାଗଳ ବୋଲି କହିବେ !

ଯାହା ବି ହେଉ, ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ଯୁବତୀଙ୍କ ପେଟରୁ ମୁଦି ବାହାର କରାଯାଇଛି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

So, in case you missed it, I swallowed my engagement ring in my sleep on Tuesday night. I actually remember doing it,…

Jenna Evans यांनी वर पोस्ट केले गुरुवार, १२ सप्टेंबर, २०१९

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

You might also like