ମହାକାଶ କାର୍ଯ୍ୟକ୍ରମ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ମହାକାଶ କାର୍ଯ୍ୟକ୍ରମ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଭାରତରେ ମହାକାଶ ସହ ଜଡ଼ିତ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ଘରୋଇ ସଂସ୍ଥା ଅଂଶଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହାକାଶ କ୍ଷେତ୍ରରେ ଏହି ଐତିହାସିକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ମହାକାଶ କାର୍ଯ୍ୟକ୍ରମକୁ ଏହି ପଦକ୍ଷେପ ଦ୍ୱାରା ନୂଆ ଶକ୍ତି ମିଳିବ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ କ୍ଷେତ୍ରରେ ଦେଶ ଆଉ ଗୋଟିଏ ପାଦ ଆଗେଇବ ବୋଲି କୁହାଯାଉଛି। ଇଣ୍ଡିଆନ୍ ନ୍ୟାସନାଲ୍ ସ୍ପେଶ୍ ପ୍ରୋମୋସନ୍ ଆଣ୍ଡ୍ ଅଥରାଇଜେସନ୍ ସେଣ୍ଟର ବା ଇନ୍-ସ୍ପେଶ୍ ଆଗ୍ରହୀ ଘରୋଇ କଂପାନୀ ଗୁଡ଼ିକୁ ପ୍ରାରମ୍ଭିକ ସହାୟତା ଯୋଗାଇବ।

ପୂର୍ବରୁ କେବଳ ଇସ୍ରୋ ମହାକାଶ କାର୍ଯ୍ୟକ୍ରମ ହାତକୁ ନେଉଥିଲା। ତେବେ ଘରୋଇ ସଂସ୍ଥାର ପ୍ରବେଶ ପରେ ଇସ୍ରୋକୁ ଏବେ ଗବେଷଣା ଓ ବିକାଶ, ନୂଆ ପ୍ରଯୁକ୍ତି, ମହାକାଶ ଅନୁସନ୍ଧାନ ଅଭିଯାନ ଓ ମାନବ ଚାଳିତ ମହାକାଶ ଅଭିଯାନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସୁଯୋଗ ମିଳିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like