ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା  ଦେଇଛନ୍ତି। କରୋନା ମହାମାରୀ ପାଇଁ ଯେଉଁ କ୍ଷତି ହୋଇଛି, ସେଥିରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ଧାନ ସହ ୧୪ଟି ଖାଦ୍ୟଶସ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି। ସରକାର ଜୁଆର କ୍ୱିଣ୍ଟାଲ ୨୬ ଶହ ୨୦ ଟଙ୍କା ଓ ବାଜରା ମୂଲ୍ୟ ୨୧୫୦କୁ ବୃଦ୍ଧି କରାଯାଇଛି। ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ୫୦ରୁ ୮୩ ପ୍ରତିଶତ ବୃଦ୍ଧି କରାଯାଇଥିବା ତୋମାର କହିଛନ୍ତି। ୪% ପର୍ଯ୍ୟନ୍ତ ସୁଧରେ ଚାଷୀଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।

ଚାଷୀ

  • ୭ ପ୍ରତିଶତ ଋଣ ନେଇଥିଲେ ଯଦି ଜଣେ ସଠିକ୍ ସମୟରେ ଋଣ ପରିଶୋଧ କରିବେ, ତାହା ହେଲେ ୩ ପ୍ରତିଶତ ରିହାତି ମିଳିବ। ମେ ୩୧ ସୁଦ୍ଧା ଟଙ୍କା ଜମା କରିବାକୁ କୁହାଯାଇଥିଲା। ଏବେ ଏହା ଅଗଷ୍ଟ ୩୧କୁ ବୃଦ୍ଧି କରାଯାଇଛି।  ଏମାନଙ୍କୁ ୪ପ୍ରତିଶତ ଋଣ ଛାଡ଼ ମିଳିବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।
  • ଧାନର ସର୍ବନିମ୍ନ ମୂଲ୍ୟ ୧୮୬୮କୁ ବୃଦ୍ଧି କରାଯାଇଛି। ପୂର୍ବ ମୂଲ୍ୟର ୫୦ ପ୍ରତିଶତ ଏମଏସପି ବୃଦ୍ଧି କରାଯାଇଛି।
  • ସିଏସିପି ଅଧୀନରେ ୧୪ ଫସଲକୁ ସ୍ୱତନ୍ତ୍ର ରିହାତି ଦିଆଯାଇଛି। କିଷାନ କ୍ରେଡିଟ କାର୍ଡ ଜରିଆରେ ଚାଷୀଙ୍କ ଋଣ ଛାଡ଼ କରାଯିବ।
You might also like