MSME ପାଇଁ ୫୦ ହଜାର କୋଟିର ପ୍ୟାକେଜକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆତ୍ମନିର୍ଭର ଭାରତ ଯୋଜନା ପାଇଁ ରୋଡମ୍ୟାପକୁ ମିଳିଛି ମଂଜୁରୀ। MSME ପାଇଁ ୫୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ରୋଡମ୍ୟାପ MSME ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିବ। MSME ପାଇଁ ପୂର୍ବରୁ ହୋଇଥିବା ଘୋଷଣାକୁ କ୍ୟାବିନେଟ ମଂଜୁରୀ ମିଳିଛି।

ରପ୍ତାନୀ କରୁଥିବା ଏମ୍‌ଏସ୍‌ଏଇ ଏବଂ ଯେଉଁମାନଙ୍କର ଭଲ ରେକର୍ଡ ଅଛି, ସେମାନେ ଷ୍ଟକ ମାର୍କେଟକୁ ଯିବାର ସୁଯୋଗ ପାଇବେ। ଦେଶର ମୋଟ ରପ୍ତାନୀର ୪୮ ପ୍ରତିଶତ ଏମ୍‌ଏସ୍‌ଏମ୍‌ଇ ରହିଛି। ଦେଶରେ ୧୧ କୋଟି ନିଯୁକ୍ତ ଦେଉଛି ଏମ୍‌ଏସ୍‌ଏମ୍‌ଇ। ଏବେ ଉଭୟ ଏମ୍‌ଏସ୍‌ଏମ୍‌ଇ ଜିନିଷ ଓ ସେବାକୁ ମିଶାଇ ଦିଆଯାଇଛି ବୋଲି ନୀତିନ ଗଡକରୀ କହିଛନ୍ତି।

ଏଥିରେ ଛୋଟ ଦୋକାନୀ, ଠେଲା ଦୋକାନୀଙ୍କୁ ଅଧିକ ଋଣ ଦେବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ ଉଠା ଦୋକାନୀ ଉପକୃତ ହେବେ। ଉଠା ଦୋକାନୀଙ୍କୁ ୧୦ ହଜାର ପର୍ଯ୍ୟନ୍ତ ଋଣ ଦିଆଯିବ। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ଉଠା ଦୋକାନୀଙ୍କୁ ଋଣ ପ୍ରଦାନ କରାଯିବ। ଉଚିତ ସମୟରେ ଋଣ ସୁଝିଲେ, ଗ୍ରହୀତାଙ୍କୁ ରିହାତି ମିଳିବ ବୋଲି ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।

You might also like