CAA ବିରୋଧୀ ହିଂସା: ପୋଲିସ କର୍ମୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା।   ଗୋକୁଲପୁରୀରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଯାଇ ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ପୋଲିସ ଅଧିକାରୀଙ୍କ ନାମ ରତନ ଲାଲ ବୋଲି ଜଣାପଡ଼ିଛି। ଏଥି ସହତ ଜଣେ ଡିସିପି ଅମିତ ଶର୍ମା ଏବଂ ଜଣେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି।

ରବିବାର ରାତିରେ ଜାଫରାବାଦ ଏବଂ ମୌଜପୁରରେ ହିଂସା ହୋଇଥିବା ସୂଚନା ରହିଛି। ଆନ୍ଦୋଳନକାରୀ ରାସ୍ତା ବନ୍ଦ କରିଥିବାରୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଉଭୟ ଆନ୍ଦୋଳନକାରୀ ଏବଂ ସ୍ଥାନୀୟ ଲୋକେ ମୁହାଁମୁହିଁ ହେବା ପରେ ସ୍ଥିତି ଅଣାୟତ୍ତ ହୋଇଛି।

ଉତ୍ତର ପୂର୍ବ ଦିଲ୍ଲୀରେ ଥିବା ୧୦ଟି ସ୍ଥାନରେ ଏବେ ଧାରା ୧୪୪ ଲାଗୁ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଟୁଇଟ୍ କରି ଶାନ୍ତି ବଜାୟୀ ରଖିବାକୁ ଆହ୍ୱାନ କରିଛନ୍ତି। ଉପରାଜ୍ୟପାଳ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଆଇନ ବ୍ୟବସ୍ଥା ଠିକ୍ କରିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ବଜିରାବାଦ ରୋଡରେ ଥିବା ଚାନ୍ଦବାଗରେ ମଧ୍ୟ ଭଙ୍ଗାରୁଜା ହୋଇଛି। ଏହି ସମୟରେ ଦୁଇଟି ଘରେ ନିଆଁ ଲଗାଇ ଦିଆଯାଇଥିବା ଜଣାପଡ଼ିଛି। ସ୍ଥିତି ଅଣାୟତ ହେବା ପରେ ପୁଲିସ ଟିୟର ଗ୍ୟାସ ଗୁଳି ଫାଇରିଂ କରିଛି। ଏବେ ସ୍ଥିତି ଆୟତ୍ୱାଧୀନ ରହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଦିଲ୍ଲୀ ଶାହୀନବାଗ ପରେ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି)କୁ ବିରୋଧ କରି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ରାତିରେ ହଠାତ୍ ଏହି ଆନ୍ଦୋଳନକାରୀ ସିଏଏ ଓ ଏନଆରସିକୁ ବିରୋଧ କରି ଆନ୍ଦୋଳନର ଡାକରା ଦେଇଛନ୍ତି। ଏହାପରେ ଜାଫରାବାଦ ମେଟ୍ରୋ ଷ୍ଟେସନରୁ ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ କରି ଦେଇଛି ଦିଲ୍ଲୀ ମେଟ୍ରୋ। ଲୋକଙ୍କ ଭିଡକୁ ଦେଖି ବ୍ୟାପକ ପୁଲିସ ମୁତ୍ତୟନ କରାଯାଇଛି।

ଆହୁରି ପଢ଼ନ୍ତୁ

‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like