୫୯ ଆସନରେ ଉପନିର୍ବାଚନ; ବିଜେପି ଆଗରେ

ନୂଆଦିଲ୍ଲୀ: ୧୧ଟି ରାଜ୍ୟର ୫୯ଟି ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଯାଇଛି । ଅଧିକାଂଶ ରାଜ୍ୟରେ ବିଜେପି ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ମଧ୍ୟପ୍ରଦେଶରେ ୨୮ଟି ଆସନରୁ ୧୯ଟି ଆସନରେ ବିଜୟୀ ହୋଇଛି ବିଜେପି । ୯ଟି ଆସନରେ ଜିତିଛି କଂଗ୍ରେସ ।

ସେହିପରି ଗୁଜରାଟରେ ୮ଟି ଆସନକୁ କ୍ଲିନ୍ ସୁଇପ୍ କରିଛି ଦଳ। ମଣିପୁର ବିଧାନସଭା ଉପ ନିର୍ବାଚନରେ ବିଜେପିକୁ ୪ ସିଟ୍ ମିଳିଥିବା ବେଳେ ସ୍ୱାଧୀନକୁ ଗୋଟିଏ ମିଳିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ମଣିପୁରରେ ଅସ୍ଥାୟୀ ସରକାରର ସ୍ଥିତି ସୁଧାରିବାକୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

କର୍ଣ୍ଣାଟକର ୨ଟି ଯାକ ଆସନ ବିଜେପି ହାତକୁ ଯାଇଛି । ତେଲଙ୍ଗାନାର ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ନାଗାଲାଣ୍ଡରେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟ ଗୋଟିଏରେ ଏନଡିପିପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଛତିଶଗଡରେ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ହରିଆଣାର ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି ।

ଝାଡଖଣ୍ଡର ୨ଟି ଆସନରୁ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।ଉତ୍ତରପ୍ରଦେଶରେ ୭ଟି ଆସନ ମଧ୍ୟରୁ ବିଜେପି ୬ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି ଖାତାକୁ ଯାଇଛି ଗୋଟିଏ ଆସନ ।

ସେହିପରି କର୍ଣ୍ଣାଟକର ୨ଟି ଆସନରେ ବାଜିମାତ୍ କରିଛନ୍ତି ବିଜେପି ପ୍ରାର୍ଥୀ । ଓଡ଼ିଶାରେ ୨ଟି ଆସନରେ ବିଜୁ ଜନତା ଦଳ ବିଜୟୀ ହୋଇଛି।

You might also like