ଦେଶରେ ୫୪ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ

ପାଟ୍‌ନା: ବିହାର ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଅଛି ।ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି । କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛି । ତେବେ ମତଦାନର ଶେଷ ଘଣ୍ଟାଏରେ କରୋନା ପଜିଟିଭ୍ ଭୋଟର ଭୋଟ୍ ଦେଇପାରିବେ। ସମସ୍ତ ଆସନରେ ନଭେମ୍ବର ୧୦ରେ ଗଣତିି ହେବ ।

ସମସ୍ତଙ୍କ ନଜର ରହିଛି ମଧ୍ୟପ୍ରଦେଶ ଉପରେ ୨୨୯ ଆସନ ବିଶିଷ ବିଶିଷ୍ଟ ବିଧାନସଭାରେ। ବିଜେପିର ୧୦୭ ଜଣ ସଦସ୍ୟ ଅଛନ୍ତି। ଏଣୁ ଏହି ଉପନିର୍ବାଚନରେ ମୋଟ୍ ୨୮ଟି ଆସନରୁ ଦଳକୁ ଅତି କମ୍‌ରେ ୮ଟି ଆସନରେ ବିଜୟୀ ହେବାକୁ ହେବ । ଗତ ମାର୍ଚ୍ଚରେ କଂଗ୍ରେସରୁ ୨୫ ଜଣ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶି ଯିବାରୁ କମଳନାଥଙ୍କ ସରକାର ଗଡ଼ି ପଡ଼ିଥିଲା ଓ ଉପନିର୍ବାଚନ ପାଇଁ ପରିସ୍ଥିତି ଉପୁଜିଥିଲା ।

ସେହିପରି ୩ ଜଣ ବିଧାୟକଙ୍କ ଦେହାନ୍ତ ଯୋଗୁଁ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା । ବଡ଼କଥା ହେଉଛି, ଆଜି ନିର୍ବାଚନ ହେଉଥିବା ୫୪ଟି ଆସନ ମଧ୍ୟରୁ ୩୮ଟି କଂଗ୍ରେସ ହାତରେ ଥିଲା। ସେହିପରି ମଧ୍ୟପ୍ରଦେଶ, ଗୁଜରାଟ୍ ଓ କର୍ଣ୍ଣାଟକରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ୩୧ ଜଣଙ୍କୁ ବିଜେପି ପ୍ରାର୍ଥୀ କରିଛି । ସେହିପରି ଉତ୍ତରପ୍ରଦେଶରେ ୭ଟି, ଗୁଜରାଟରେ ୮ଟି, ଛତିଶଗଡ଼, ହରିଆଣା, ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଓ ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ନାଗାଲାଣ୍ଡରେ ୨ଟି ଲେଖାଏଁ ଆସନରେ ଉପ ନିର୍ବାଚନ ହେଉଅଛି

You might also like