ଏପ୍ରିଲ ୨୦ ପରେ ଅର୍ଡର କରିପାରିବେ ଖାଦ୍ୟ, ଔଷଧ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଲକ୍‌ଡାଉନ୍‌ । ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରିବା ପରେ ଦେଶରେ କରୋନାର ସ୍ଥିତିକୁ ଆଖି ଆଗରେ ରଖି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଏପ୍ରିଲ ୨୦ରୁ ସରକାର ଇ-କର୍ମସ କମ୍ପାନୀମାନଙ୍କୁ କିଛି ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

କମ୍ପାନୀଗୁଡିକ ସମସ୍ତ ସାମଗ୍ରୀ ବିକ୍ରି କରିପାରିବେ ନାହିଁ, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିପାରିବେ। ମୋବାଇଲ୍‌ ଫୋନ୍‌, ଟିଭି, ରେଫ୍ରିଜରେଟର, ଲାପଟପ୍‌ ,ଔଷଧ, ଖାଦ୍ୟ ସମାଗ୍ରୀ ସମ୍ୱନ୍ଧୀୟ ଜିନିଷଗୁଡିକୁ ଆମାଜନ, ଫ୍ଲିପକାର୍ଟ ଏବଂ ସ୍ନାପଡିଲ ପରି ଇ-କର୍ମସ କମ୍ପାନୀ ମାଧ୍ୟମରେ ଅର୍ଡର କରିପାରିବେ।

ଏନେଇ ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଡେଲିଭରି କରୁଥିବା ଗାଡିକୁ ରାସ୍ତାରେ ଚାଳାଇବା ପାଇଁ ଆବଶ୍ୟକ ଅନୁମତି ଆଣିବାକୁ ପଡିବ।

 

You might also like