ମହାକାଶ ଗଲା କମ୍ୟୁନିକେସନ୍ ସାଟେଲାଇଟ୍

ନୂଆଦିଲ୍ଲୀ: ଇସ୍ରୋର ସଫଳତାରେ ଯୋଡି ହେଲା ଆଉ ଏକ ଅଧ୍ୟାୟ। କରୋନା ମହାମାରୀ ଭିତରେ ସଫଳତାର ସହ ମହାକାଶକୁ କମ୍ୟୁନିକେସନ ସାଟେଲାଇଟ୍ ଉତକ୍ଷେପଣ କରିଛି। ଇସ୍ରୋ ସିଏମଏସ୍-୦୧ ନାମକ ଏହି କମ୍ୟୁନିକେସନ ସାଟେଲାଇଟ୍‌କୁ ଅପରାହ୍ଣ ୩ଟା ୪୧ ମିନିଟ୍‌ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଲଂଚ୍ କରାଯାଇଛି। ସିଏମଏସ-୦୧କୁ ମହାକାଶକୁ ନେଇଛି ପିଏସ୍ଏଲଭି-ସି୫୦ ଯାନ। ଭାରତର କେନ୍ଦ୍ରସ୍ଥଳ ସମେତ, ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପ ଉପରେ ନଜର ରଖିବ ଏହି ସାଟେଲାଇଟ। ଏଥିସହ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରିବ। ଏଥିସହ ମୋବାଇଲ ଓ ଟିଭି ସିଗନାଲର ମାନ ବଢାଇବ। ଉପଗ୍ରହର ଜୀବନ କାଳ ୭ ବର୍ଷ ରହିବ। ଏହି ୭ ବର୍ଷ ମଧ୍ୟରେ ଏକ୍ସଟେଣ୍ଡେଡ୍-ସି ବ୍ୟାଣ୍ଡରେ ରହି ଭାରତକୁ ସେବା ଉପଲବ୍ଧ କରାଇବ ସିଏମଏସ-୦୧।

You might also like