କୂଅ ଭିତରେ ଖସି ପଡ଼ିଲା ଅଟୋ, ବସ୍‌

ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍‌ଠାରେ ଘଟିଛି ବଡ଼ ଦୁର୍ଘଟଣା। ଏକ ବସ୍‌ ଓ ଅଟୋ ମୁହାଁମୁହିଁ ହେବାରୁ ଉଭୟ ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ କୂଅ ଭିତରକୁ ଖସି ପଡ଼ିଥିଲା ଉଭୟ ଅଟୋ ଓ ବସ୍‌। ଏହି ଦୁର୍ଘଟଣାରେ ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ଏହି ବସ୍‌ଟି ଧୁଲେ ଜିଲ୍ଲାରୁ କଳୋୱାଁ ଆଡ଼କୁ ଯାଉଥିଲା। ଅନ୍ୟପକ୍ଷରେ ଅଟୋଟି ବିପରୀତ ଦିଗରୁ ଆସୁଥିଲା। ଏହି ଦୁଇ ଗାଡ଼ି ମୁହାଁମୁହିଁ ହେବାରୁ ବସ୍‌ ଚାଳକ ନିୟନ୍ତ୍ରଣ ହରାଇ ବସିଥିଲେ, ଫଳରେ ଉଭୟ ବସ୍‌ ଏବଂ ଅଟୋ ମେଶି ଘାଟଠାରେ ଏକ ରାସ୍ତାକଡ଼ କୂଅରେ ପଡ଼ିଯାଇଥିଲା।

ସ୍ଥାନୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୫ ଶବ କୂଅରୁ ବାହାର କରାଯାଇଛି । ଆହତଙ୍କୁ ମାଲେଗାଓଁ ଏବଂ ଦେଓଲାସ୍ଥିତ ସରକାରୀ ହସ୍ପିଟାଲକୁ ନିଆଯାଇଛି।

 

You might also like