ସେୟାନ୍ ଥାନାରେ ଯବାନ ଜିତେନ୍ଦ୍ର ମଲ୍ଲିକଙ୍କୁ ପଚରାଉଚରା

ୟୁପି ବୁଲନ୍ଦସହର ହିଂସାକାଣ୍ଡ ମାମଲା

ଲକ୍ଷ୍ନୌ : ୟୁପି ବୁଲନ୍ଦସହର ହିଂସା ମାମଲାରେ ଗିରଫ ସେନା ଯବାନ ଜିତେନ୍ଦ୍ର ମଲ୍ଲିକଙ୍କୁ ପଚରାଉଚରା କରୁଛି ପୁଲିସ। ବୁଲନ୍ଦସହର ସେୟାନ୍ ପୁଲିସ୍ ଷ୍ଟେସନରେ ତଦନ୍ତକାରୀ ଟିମ୍ ଘଟଣା ଦିନର ବିବରଣୀ ସମ୍ପର୍କରେ ଖୋଲତାଡ଼ କରୁଛି।

ଜିତେନ୍ଦ୍ର ମଲ୍ଲିକଙ୍କୁ କୋର୍ଟରେ ହାଜର କରାଯାଇଛି। ଅଧିକ ପଚରାଉଚରା ଲାଗି ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଛି। ବୁଲନ୍ଦଶହର ହିଂସାକାଣ୍ଡରେ ସଂପୃକ୍ତ ଥିବା ଜିତେନ୍ଦ୍ରକୁ ଗତକାଲି ଗିରଫ କରିଥିଲା ସ୍ପେଶାଲ ଟାସ୍କ ଫୋର୍ସ।

ଏହାସହ ତାଙ୍କ ନାଁରେ ଏଫଆଇଆର୍ ରୁଜୁ କରାଯାଇଛି। ଆର୍ମି ଯବାନ ଜିତେନ୍ଦ୍ର ମଲ୍ଲିକ ଇନ୍ସପେକ୍ଟର୍ ସୁବୋଧଙ୍କୁ ଗୁଳି କରିଥିବା କୁହାଯାଉଛି। ବୁଲନ୍ଦ ସହର ହିଂସାକାଣ୍ଡ ପରେ ସେ ଘଟଣା ସ୍ଥଳରୁ ଫେରାର ହୋଇ ଚାକିରିରେ ଯୋଗ ଦେଇଥିଲେ। କିଛି ଦିନ ହେଲା ବୁଲନ୍ଦସହର ହିଂସାକୁ ନେଇ ଅନେକ ଭିଡିଓ ସୋଶାଲ୍ ମିଡିଆରେ ପ୍ରସାରିତ ହୋଇଥିଲା। ଭିଡିଓକୁ ବିଶ୍ଲେଷଣ କରିବା ପରେ ଜିତେନ୍ଦ୍ର ମଲ୍ଲିକ ହିଁ ଇନ୍ସପେକ୍ଟରଙ୍କୁ ଗୁଳି କରିଥିବା ଜଣାପଡିଛି।

ସେପଟେ ବଦଳିଛନ୍ତି ବୁଳନ୍ଦସହର ଅତିରିକ୍ତ ଏସ୍‌ପି। ରଇସ୍ ଅଖତରଙ୍କ ସ୍ଥାନରେ ନୂତନ ଭାବେ ମନିଷ ମିଶ୍ରାଙ୍କୁ ନିଯୁକ୍ତ କରାଯାଇଛି।

 

You might also like