ବୁଲନ୍ଦଶହର ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶହର ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍‌ଙ୍କୁ ପୁଲିସ୍‌ ଗିରଫ କରିଛି। ଯୋଗେଶ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଏବଂ ତାଙ୍କୁ ଏହି ହିଂସାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ଗତ ରାତିରେ ତାଙ୍କୁ ଗିରଫ କରାଯାଇଛି।

ଏକ ଜଙ୍ଗଲରେ ସଂଖ୍ୟାଧିକ ଗାଈଙ୍କର ମୃତଦେହ ମିଳିବା ପରେ ଏହି ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ୍‌ ଓ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଖଣ୍ଡଯୁଦ୍ଧ ଯୋଗୁ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ଲୋକଙ୍କ ଆକ୍ରମଣରେ ଜଣେ ପୁଲିସ୍‌ ଇନ୍‌ସପେକ୍ଟରଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।

ତେବେ ଏହି ଘଟଣା ପରଠାରୁ ଯୋଗେଶ ଗତ ୩୦ ଦିନ ଧରି ପୁଲିସ୍‌କୁ ଭୁଆଁ ବୁଲାଇ ଆସୁଥିଲେ।

ପୁଲିସ୍‌ର କହିବା ଅନୁସାରେ, ଗତକାଲି ରାତିରେ ବୁଲନ୍ଦଶହରରୁ ୨୦ କି.ମି.ଦୂରରେ ଖୁର୍‌ଜା ଯିବା ପାଇଁ ଯୋଗେଶ ଯୋଜନା କରୁଥିଲେ। ଏସମ୍ପର୍କରେ ପୁଲିସ୍‌କୁ ସୂଚନା ମିଳିବା ପରେ ପୁଲିସ୍‌ ଟ୍ରାପ୍‌ କରି ତାଙ୍କୁ ଏକ ଲୋକପ୍ରିୟ କଲେଜ ନିକଟରୁ ଧରିଥିଲା।

ଆହୁରି ପଢ଼ନ୍ତୁ

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

ଜହ୍ନରେ ମିଳିଲା ପାଣିର ସନ୍ଧାନ

You might also like