ଭୁଶୁଡ଼ି ପଡ଼ିଲା କୋଠାଘର, ଫସି ରହିଛନ୍ତି ୧୦ ଶ୍ରମିକ
ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ସ୍ଥିତ ମହାଡରେ ୫ ମହଲା ବିଶିଷ୍ଟ ଏକ କୋଠା ଘର ଭୁଶୁଡିବାର ଦୁଃଖ ମନରୁ ଯାଇନି, ପୁଣି ଭିୱଣ୍ଡିରେ ଏକ କୋଠା ଭୁଶୁଡି ଯାଇଛି। ଭଗ୍ନସ୍ତୁପ ତଳେ ୧୦ ଜଣ ଶ୍ରମିକ ରହି ଯାଇଥିବା କୁହାଯାଉଛି। ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଉଦ୍ଧାର କାମରେ ଲାଗିଛନ୍ତି। ଏହା ବ୍ୟତୀତ NDRF ଟିମ୍ ଏବଂ TDRF ଟିମ୍ ଏବଂ ଠାଣେ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ଫୋର୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସର୍ଚ୍ଚ ଅପରେଶନ ଜାରି ରହିଛି।
ମୁମ୍ବାଇର ଠାଣେ ସହର ଭିବଣ୍ଡିସ୍ଥିତ ମାନକୋଲି ଇଲାକାରେ ହରିହର କମ୍ପାଉଣ୍ଡରେ ଥିବା ଏକ କୋଠା ଭୁଶୁଡି ପଡ଼ିଛି। ମିଳିଥିବା ଖବର ଅନୁଯାୟୀ, ଏହି କୋଠା ତଳେ ଗୋଦାମ ତିଆରି କାମ ଚାଲିଥିଲା। ଏଥିରେ ପ୍ରାୟ ୧୦ ଜଣ ଶ୍ରମିକ କାମ କରୁଥିଲେ। ତେବେ ଏହି ଦୁର୍ଘଟଣା କିପରି ଘଟିଲା ତାହାର କାରଣ ଜଣା ପଡ଼ିନାହିଁ।