ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା
ପଶ୍ଚିମବଙ୍ଗ : ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଲା କୋଠା। ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇଥିଲା। ପାଣି ସୁଅର ପ୍ରଭାବରେ ଏକ ଦୁଇ ମହଲା କୋଠା ଭୁଶୁଡି ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି।
ବନ୍ୟାର ସ୍ରୋତ ଏତେ ପ୍ରଖର ଥିଲା ଯେ ଚାହୁଁ ଚାହୁଁ କୋଠାଟି ଭୁଶୁଡ଼ି ପଡିଥିଲା। ପାଖରେ ଥିବା ଲୋକମାନେ ଜୀବନ ବିକଳରେ ଏଣେ ତେଣେ ଦୌଡ଼ି ପଳାଇଥିଲେ। କୋଠା ଭିତରେ ଲୋକମାନେ ଥିଲେ କି ନାହିଁ ସେ ସମ୍ପର୍କରେ ଜଣାପଡ଼ିନାହିଁ।