ଆଜି ସରିବ ବଜେଟ୍ ଅଧିବେଶନ

ଶେଷ ଦିନରେ ଆସିପାରେ ୧୧ ବିଲ୍‌

ନୂଆଦିଲ୍ଲୀ: ଆଜି ସରୁଛି ସଂସଦର ବଜେଟ୍ ଅଧିବେଶନ । ତା’ ସହ ଷୋଡ଼ଶ ଲୋକସଭାର ବି ଆଜି ଅନ୍ତିମ ଦିବସ ଅଧିବେଶନ। ଅଧିବେଶନର ଶେଷ ଦିନରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଛି ରାଫେଲ ଡିଲ୍ ସମ୍ପର୍କିତ CAG ରିପୋର୍ଟ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରିପୋର୍ଟ ଉପସ୍ଥାପନ କରାଯାଇଛି ।

ସେହିଭଳି ଶେଷ ଦିନରେ ପ୍ରାୟ ୧୧ଟି ବିଲ୍ ଆସିପାରେ । ଯାହା ମଧ୍ୟରେ ତିନ ତଲାକ, ନାଗରିକତା ସଂଶୋଧନ ବିଧେୟକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ରହିଛି । ତିନ୍‌ ତଲାକ ବିଲ୍‌ ଲୋକସଭାରେ ପାରିତ ହୋଇସାରିଥିବାବେଳେ ରାଜ୍ୟସଭାରେ ଏହା ପାରିତ ହେବା ନେଇ ଆଶଙ୍କା ଦେଖାଦେଇଛି ।

କାରଣ ବିରୋଧୀଦଳ ବିଲ୍‌କୁ ସିଲେକସନ କମିଟିକୁ ପଠାଇବାକୁ ଅଡି ବସିଛନ୍ତି। ସେହିଭଳି ନାଗରିକତା ବିଲ୍‌କୁ ନେଇ ମଧ୍ୟ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ପ୍ରତିବାଦ ଜାରି ରହିଛି । ଲୋକସଭା ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଆଜି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅଚଳ ହୋଇପଡିଥିଲା  ।

You might also like