ବଜେଟ୍ ୨୦୨୦: କଣ ଶସ୍ତା ହେବ, କଣ ହେବ ମହଙ୍ଗା ?

ନୂଆଦିଲ୍ଲୀ: ସଂସଦରେ ୟୁନିୟନ୍‌ ବଜେଟ୍‌୨୦୨୦ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବଜେଟ୍‌ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ।

ତେବେ ଚଳିତ ଥର ବଜେଟ୍‌ରେ ବ୍ୟକ୍ତିଗତ କରଦାତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କାରଣ ସରକାର ଆୟକରକୁ କମାଇ ଦେଇଛନ୍ତି। ଅନ୍ୟପଟେ ତମାଖୁ ସାମଗ୍ରୀ ଓ ମେଡିକାଲ୍ ସରଞ୍ଜାମରେ ଟ୍ୟାକ୍ସ ବଢ଼ାଇ ଦିଆଯିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇପାରେ। ସେହିଭଳି ଅଶୁଦ୍ଧ ଚିନି, କୃଷି ଓ ପଶୁ ସମ୍ପର୍କତି ସାମଗ୍ରୀ, ସ୍କିମ୍ଡ ମିଲ୍କ, ନିର୍ଦ୍ଦିଷ୍ଟ ନିଶା ପାନୀୟ, ସୋୟା ଫାଇବର୍‌ ଆଦି ଶସ୍ତା ହେବ ।

ମହଙ୍ଗା ହେବାକୁ ଥିବା ସାମଗ୍ରୀ:-

  • ସିଗାରେଟ୍‌ ଓ ତମାଖୁ ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇ ଦିଆଯାଇଛି। ତେଣୁ ଏହା ମହଙ୍ଗା ହେବ।
  • ଦାମୀ ଜୋତା ଓ ଫର୍ଣ୍ଣିଚର ସୀମା ଶୁଳ୍କ ବଢ଼ାଇ ଦିଆଯାଇଛି।
  • ଚିକିତ୍ସା ଉପକରଣ ଦର ମଧ୍ୟ ବଢ଼ିଛି।
  • କାନ୍ଥ ପଙ୍ଖାର ସୀମା ଶୁଳ୍କକୁ ୭.୫%ରୁ ୨୦% କୁ ବଢ଼ାଇ ଦିଆଯାଇଛି।
  • ସେହିଭଳି ରୋଷେଇ ସରଞ୍ଜାମ ଯଥା ଚୀନା ମାଟି ତିଆରି ଡିଜାଇନ୍‌ ବାସନକୁସନ, ଟେବୁଲ୍‌ କ୍ଲଥ ଓ କ୍ଲେ ଆଇରନ୍, ଷ୍ଟିଲ୍, ତମ୍ବା ଏସବୁରୁ ଉତ୍ପାଦ ଶୁଳ୍କକୁ ଦୁଇଗୁଣା ମାନେ ୨୦% ବଢ଼ାଇ ଦିଆଯାଇଛି। ଏଥିସହିତ ଏସି, ଫ୍ରିଜ୍‌, କମର୍ସିଆଲ ଗାଡ଼ି ସରଞ୍ଜାମ, ଗ୍ରାଇଣ୍ଡର, ଦାମିକିଆ ଗଦି ଦର ମଧ୍ୟ ବଢାଇ ଦିଆଯାଇଛି।
    ହୁକ୍କା, ଆମଦାନୀ ହେଉଥିବା ହେଡ ଫୋନ ଓ ଇୟର ଫୋନ, ଆମଦାନୀ ହେଉଥିବା ମୋବାଇଲ ବୋର୍ଡ, କୃତିମ ଫୁଲ, ଆମଦାନୀ କଣ୍ଢେଇ, ଆମଦାନୀ ହେଉଥିବା ଘରସଜ୍ଜା ସାମଗ୍ରୀ, ପାନିଆ ଓ ହେୟାର ପିନ, ବାହାରୁ ଆସୁଥିବା ବାଦାମ, ଆମଦାନୀ ହେଉଥିବା ମୂଲ୍ୟବାନ ଧାତୁ, ଚମଡ଼ା, ଘିଅ, ଲହୁଣୀ, ତେଲ ଓ ଛେନା ମୂଲ୍ୟ ମଧ୍ୟ ବଢ଼ିଲା।

    ତେଣୁ ଏହିସବୁ ସାମଗ୍ରୀ ମହଙ୍ଗା ହୋଇପାରେ

କ’ଣ ଶସ୍ତା ହେବ:-

  • ଖବରକାଗଜ ପାଇଁ ବ୍ୟବହୃତ କାଗଜ ଏବଂ ଲାଇଟ୍‌ ୱେଟ୍ କୋଟେଡ୍‌ ପେପର ପାଇଁ ଉତ୍ପାଦ ଶୁଳ୍କ ୫% କମାଇ ଦିଆଯାଇଛି।
  • ଶୁଦ୍ଧ ଟେରିପେଥିକ ଏସିଡି(ପିଟିଏ) ଉପରେ ଆଣ୍ଟି ଡପ୍ଟିଂ କର ଉଠାଇ ନିଆଯାଇଛି।
  • ସେହିଭଳି ଅଶୁଦ୍ଧ ଚିନି, କୃଷି ଓ ପଶୁ ଆଧାରିତ ସାମଗ୍ରୀ, ଟୁନା ଚାରା, ସ୍କିମ୍ଡ ମିଲ୍କରେ ଉତ୍ପାଦ ଶୁଳ୍କ କମାଇ ଦିଆଯାଇଛି।
  • ଏଥିସହିତ କେତେକ ନିର୍ଦ୍ଦିଷ୍ଟ ମାଦକ ଦ୍ରବ୍ୟ, ସୋୟା ଫାଇବର, ସୋୟା ପ୍ରୋଟିନ୍‌ରେ ମଧ୍ୟ ଉତ୍ପାଦ ଶୁଳ୍କ କମାଇ ଦିଆଯାଇଛି।
  • ଏଥିସହିତ କିଛି ନିର୍ଦ୍ଦିଷ୍ଟ ସାମରିକ ସାମଗ୍ରୀ, କିଛି ଭାରତ ନିର୍ମିତ ମୋବାଇଲ ସାମଗ୍ରୀ, ପିଙ୍ଗର ପ୍ରିଣ୍ଟ ରିଡର ଦର ଶସ୍ତା ହେଲା।

ତେଣୁ ଏହିସବୁ ସାମଗ୍ରୀର ଦର କମିପାରେ।

 

You might also like