ବଜେଟ୍‌ ୨୦୨୦; ଶିକ୍ଷା ପାଇଁ ୯୯.୩୦୦ କୋଟି

ନୂଆଦିଲ୍ଲୀ: ମୋଦି-୨ ସରକାର ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମୋଦନ ଦେଇଛନ୍ତି। ଏଥିସହ ୨୦୨୦-୨୧ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯, ୩୦୦ କୋଟିର ବ୍ୟୟ ବରାଦ ହୋଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ସୁଯୋଗ ମିଳିବ। ଏଥିସହ ବିଜ୍ଞାନ ଓ ଟେକ୍ନୋଲୋଜିରେ ବିକାଶ ହେବ। ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷର ଇଣ୍ଟର୍ଣ୍ଣଶିପ୍‌ର ସୁବିଧା ମିଳିବ। ଯୁବ ଇଞ୍ଜିନିୟରଙ୍କୁ ମିଳିବ ବ୍ୟାପକ ସୁଯୋଗ। ଏଣିକି ଶିକ୍ଷାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ଡିଗ୍ରୀ ପାଠ୍ୟକ୍ରମର ସୁବିଧା ମିଳିବ।

ଜାତୀୟ ପୁଲିସ ବିଶ୍ଵବିଦ୍ୟାଳୟ ଏବଂ ଫୋରେନ୍ସିକ୍‌ ବିଶ୍ଵବିଦ୍ୟାଳୟ ଦେଶର ବିଭିନ୍ନ ପ୍ରାନ୍ତରେ ଖୋଲିବ। ଡାକ୍ତରଙ୍କ ଅଭାବକୁ ଦୂର କରିବା ଓ ରୋଗୀଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲ୍ଲା ହସ୍ପିଟାଲ୍‌ରେ ମେଡିକାଲ୍‌ କଲେଜ ଖୋଲିବ।

ସରକାରୀ ଓ ଘରୋଇ ସହଭାଗିତାରେ ହସ୍ପିଟାଲଗୁଡ଼ିକ ନିର୍ମାଣ କରାଯିବ। ସେହିପରି ଶିକ୍ଷା କ୍ଷେତ୍ର ପାଇଁ ୯୯,୩୦୦ କୋଟି ଓ ୩୦୦୦ କୋଟି ଦକ୍ଷତା ବିକାଶ ପାଇଁ ବ୍ୟୟବରାଦ କରାଯାଇଛି।

 

You might also like