ମ୍ୟାଜିକ୍ ନମ୍ବର ଠାରୁ ଦୁଇଟି ଆସନ ପଛରେ କଂଗ୍ରେସ, ବିଏସ୍‌ପି କରିବ ସମର୍ଥନ

ଭୋପାଲ: ବିଧାନସଭା ନିର୍ବାଚନ ଫଳାଫଳର ଆସିଲା ସ୍ପଷ୍ଟ ଚିତ୍ର। ମଧ୍ୟପ୍ରଦେଶରେ ସଂଖ୍ୟା ଗରିଷ୍ଠତାଠାରୁ ଦୁଇଟି ସିଟ୍ ପଛରେ ରହିଛି କଂଗ୍ରେସ।

ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ୧୧୪ଟି ସିଟ୍‌ରେ କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇଛନ୍ତି। ବିଜେପି ୧୦୯ଟି ସିଟ୍‌ ଅକ୍ତିଆର କରିଛି। ବିଏସ୍‌ପି ୨ଟି ଓ ଏସ୍‌ପି ଗୋଟିଏ ଆସନ ପାଇଛନ୍ତି। ୪ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଛନ୍ତି।

ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ହିଁ ସରକାର ଗଠନ ପାଇଁ କଂଗ୍ରେସ ରାଜ୍ୟପାଳ ଆନନ୍ଦୀ ବେହନ୍ ପଟେଲଙ୍କ ନିକଟରେ ଦାବି ଉପସ୍ଥାପନ କରିଛି। ତେବେ ନିର୍ବାଚନ କମିଶନ୍ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ଆସିବା ପରେ ଏନେଇ ରାଜ୍ୟପାଳ ନିଷ୍ପତ୍ତି ନେବେ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କଂଗ୍ରେସକୁ ବିଏସ୍‌ପି ସମର୍ଥନ କରିବ ବୋଲି ଦଳର ମୁଖ୍ୟ ମାୟାବତୀ ଘୋଷଣା କରିଛନ୍ତି। ତାଙ୍କ ଦଳ ଦୁଇଟି ଆସନ ଜିତିଥିବା ବେଳେ କଂଗ୍ରେସ ସରକାର ଗଠନ କରିବା ପାଇଁ ଦୁଇଟି ଆସନ ଆବଶ୍ୟକ କରୁଛି।

 

You might also like