ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା, ବିଏସ୍‌ଏନ୍‌ଏଲ୍‌ ଆଣିଲା ନୂଆ ପ୍ଲାନ୍‌

ନୂଆଦିଲ୍ଲୀ: ସାଧାରଣତଃ ନିଜ ମୋବାଇଲ୍‌ ନେଟ୍‌ୱର୍କକୁ ଛାଡ଼ିଦେଲେ ଅନ୍ୟ ମୋବାଇଲ୍‌ ନେଟ୍‌ୱର୍କକୁ ଫୋନ୍‌ କଲେ ଗ୍ରାହକଙ୍କୁ ଟଙ୍କା(ଚାର୍ଜ) ଦେବାକୁ ପଡ଼ିଥାଏ। ହେଲେ ବିଏସ୍‌ଏନ୍‌ଏଲ୍‌ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ପ୍ଲାନ୍ ଘୋଷଣା କରିଛି।

ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ମୋବାଇଲ ନେଟଓ୍ୱର୍କକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବ୍ୟାକ୍‌ ପାଇବେ। ଏହା ବିଏସ୍‌ଏନ୍‌ଏଲ୍‌ର Wireline, Broadband ଓ FTTH ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ବୋଲି ଜଣାପଡ଼ିଛି।

ଇଣ୍ଟରକନେକ୍ସନ ୟୁଜେସ ଚାର୍ଜ (ଆଇୟୁସି)କୁ ନେଇ ଦେଶର ଜିଓ ଗ୍ରାହକ ଏବେ କମ୍ପାନୀ ପ୍ରତି ବିମୁଖ ହୋଇଛନ୍ତି। ଠିକ୍ ଏହି ସମୟରେ ବିଏସଏନଏଲ ତା’ର ଏଭଳି ଏକ ପ୍ଲାନ୍‌ ଘୋଷଣା କରିଛି।

ଆୟୁସି ଚାର୍ଜ ମିନିଟ୍ ପିଛା ୬ ପଇସା ନେବ ବୋଲି ଗତମାସରେ ଜିଓ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ଆର୍ଥିକ କ୍ଷତିରେ ଚାଲୁଥିବାରୁ ସରକାର ବିଏସଏନଏଲକୁ ବନ୍ଦ କରିବାକୁ ଯୋଜନା କରୁଥିବା ନେଇ ନିକଟରେ ଚର୍ଚ୍ଚା ହୋଇଥିଲା। ଯାହାକୁ କମ୍ପାନୀ ଗୁଜବ ବୋଲି କହିଥିଲା। ଏହାପରେ କେନ୍ଦ୍ର ସରକାର ନିକଟରେ Mahanagar Telephone Nigam Ltd (MTNL)କୁ ବିଏସଏନଏଲ ସହ ମିଶ୍ରଣ ପାଇଁ ଅନୁମତି ଦେଇଥିଲେ।

ଆହୁରି ପଢ଼ନ୍ତୁ

ରାମ ମନ୍ଦିର ପାଇଁ ଶୁଭେଚ୍ଛା ଜଣାଇବା ପରେ ହସିନ ଜାହାଁନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ

୨ ପ୍ରତିଶତରୁ କମିଲା କରୋନା ମୃତ୍ୟୁହାର

‘କରୋନା ସଂକ୍ରମିତଙ୍କ ପାଇଁ ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ’

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପରଲୋକରେ ପ୍ରସିଦ୍ଧ ଲେଖକ ଓ ଗୀତିକାର ରାହତ ଇନ୍ଦୋରୀ

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ବିଜେପି ସାଂସଦଙ୍କୁ ଏହି ଦେଶରୁ ଆସିଲା ହତ୍ୟା ଧମକ

ସ୍ତ୍ରୀର ସ୍ମୃତି ପାଇଁ ସ୍ୱାମୀ ତିଆରି କଲେ ମହମ ପ୍ରତିମୂର୍ତ୍ତି

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

You might also like