ଗ୍ରାହକଙ୍କ ପାଇଁ ନୂଆ ଅଫର ଆଣିଲା BSNL: ୧୮ଟଙ୍କାରେ ଅନ୍‌ଲିମିଟେଡ୍‌ ପ୍ୟାକ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏହାର ୧୮ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ୧୮ ଟଙ୍କିଆ ଟାରିଫ୍ ଭାଉଚର୍‌ ଘୋଷଣା କରିଛି। ଏହି ସ୍ୱତନ୍ତ୍ର ପ୍ଲାନ୍‌ରେ BSNL ଗ୍ରାହକ ୨ ଦିନ ପାଇଁ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌, ଅନ୍‌ଲିମିଟେଡ୍‌ ଭିଡିଓ କଲ୍‌ ଏବଂ ଅନ୍‌ଲିମିଟେଡ୍‌ ଡାଟା ଉପଲବ୍ଧ ପାଇପାରିବେ।

ପ୍ରିମିୟମ୍‌ ରିଚାର୍ଜ ବିକଳ୍ପ ବାବଦରେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ଘୋଷଣା କରିଛି। ଯେଉଁଥିରେ ୧୮ ପ୍ରତିଶତ ଅତିରିକ୍ତ ଟକ୍‌ଟାଇମ୍‌ ମିଳିବ। ସେହିପରି ୧୮୦୧ଟଙ୍କାର ରିଚାର୍ଜ କଲେ ୨୧୨୫ ଟଙ୍କାର ଟକ୍‌ ଟାଇମ୍‌ ସହ ୧୫ ଜିବିର ଡାଟା ମିଳିବ। ୧୨୦୧ ଟଙ୍କାର ରିଚାର୍ଜରେ ୧୪୧୭ ଟଙ୍କାର ଟକ୍‌ ଟାଇମ୍‌ ଏବଂ ୧୦ ଜିବିର ଡାଟା ମିଳିବ।

ତେବେ BSNLର ଏହି ସ୍ୱତନ୍ତ୍ର ପ୍ଲାନ୍‌ ପୂର୍ବରୁ ଜିଓ ଗ୍ରାହକଙ୍କୁ ୧୯ ଟଙ୍କାର ଏକ ସ୍ୱତନ୍ତ୍ର ପ୍ଲାନ୍‌ ଭେଟି ଦେଇଥିଲା। ଯେଉଁଥିରେ ଦୈନିକ ୦.୧୫ ଜିବି ଡାଟା ସହ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ଓ ପ୍ରତିଦିନ ୨୦ଟା SMS ଉପଲ୍ଲବ୍ଧ ଥିଲା।

ତେବେ BSNLର ଏହି ନୂତନ ଅଫର୍‌ ଆସନ୍ତା ଅକ୍ଟୋବର ୧ରୁ ଅକ୍ଟୋବର ୧୮ ଯାଏ ସମଗ୍ର ଭାରତରେ ଉପଲବ୍ଧ ହେବ।

You might also like