ବନ୍ଧୁକ ଓ ଗୋଳାବାରୁଦ ନେଇ ପାକିସ୍ତାନ ପଟୁ ଆସୁଥିଲା ଡ୍ରୋନ୍‌, ଗୁଳି କରି ଖସାଇଲେ ଯବାନ

ନୂଆଦିଲ୍ଲୀ: ବନ୍ଧୁକ ଓ ଗୋଳାବାରୁଦ ନେଇ ଭାରତର ସୀମାରେ ଉଡ଼ିଥିବା ପାକିସ୍ତାନୀ ସ୍ପାଏ ଡ୍ରୋନ୍‌କୁ ଗୁଳି କରି ଖସାଇଲା ବିଏସ୍‌ଏଫ୍‌। ଜାମ୍ମୁ-କାଶ୍ମରୀର କାଠୁଆ ଜିଲ୍ଲାର ହରିନଗର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାରେ ଆଜି ସକାଳ ପ୍ରାୟ ୫ଟା ବେଳେ ଡ୍ରୋନ୍‌କୁ ଗୁଳି କରି ଖସାଇଛି ବିଏସ୍‌ଏଫ୍। ଡ୍ରୋନ୍ ଖସିପଡ଼ିବା ପରେ ତା ମଧ୍ୟରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଖବର ଅନୁସାରେ, ବିଏସ୍‌ଫର ୧୯ ବାଟାଲିୟନ୍‌ର ଯବାନ ପ୍ୟାଟ୍ରୋଲିଂ କଲାବେଳେ ପାକିସ୍ତାନୀ ଡ୍ରୋନ୍‌ଟି ହରିନଗର ସେକ୍ଟରର ଅନ୍ତର୍ଜାତୀୟ ସୀମା ପାଖରେ ଉଡ଼ୁଥିବା ଦେଖିବାକୁ ପାଇଥିଲେ। ରାଠୁଆ ଗାଁର ଅନ୍ତର୍ଜାତୀୟ ସୀମା ଭିଓପି ପନସାରର ପଖାପାଖି ୨୫୦ ମିଟର ଦୂରରେ ଉଡ଼ୁଥିଲା। ଏହାପରେ ଡ୍ରୋନ୍‌ ଉପରେ ୮ରୁ ୯ ରାଉଣ୍ଡ ଗୁଳି ଚଳାଇଥିଲେ ପ୍ୟାଟ୍ରୋଲିଂ କରୁଥିବା ଯବାନ।  ଡ୍ରୋନ୍‌ଟି ଖସିପଡ଼ିବା ପରେ ତା ମଧ୍ୟରୁ ଏକ ଅତ୍ୟାଧୁନିକ ରାଇଫଲ୍, ଦୁଇଟି ପତ୍ରିକା, ୬୦ ରାଉଣ୍ଡ ଗୁଳି ଏବଂ ସାତଟି ଗ୍ରେନେଡ୍ ଜବତ ହୋଇଛି। ବୋଧ୍‌ ହୁଏ ଡ୍ରୋନ୍‌ଟି ଭାରତରେ ଥିବା କୌଣସି ପାକିସ୍ତାନୀ ଏଜେଣ୍ଟ ପାଖକୁ ଯାଉଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ସେନା ଜାଣିବାକୁ ପାଇଛି।

ଆଜି ପାକିସ୍ତାନ ପଟରୁ ହରିନଗର ସେକ୍ଟର ବାବିଆ ପୋଷ୍ଟରେ ଅସ୍ତ୍ରବିରତୀ ଉଲ୍ଲଙ୍ଘନ ହୋଇଥିଲା। ସକାଳ ୮,୫୦ ବେଳେ ପାକିସ୍ତାନ ପଟରୁ ଗୁଳିଗୁଳା ଆରମ୍ଭ ହୋଇଥିଲା ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।

 

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like