ସୀମାରେ ଦୀପାବଳି ପାଳିଲେ ବିଏସ୍ଏଫ୍ ଯବାନ

ଜାମ୍ମୁ-କାଶ୍ମୀର : ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଦେଉଥିବା ଭାରତୀୟ ସୀମା ସୁରକ୍ଷା ବଳ ଯବାନ ଦୀପାବଳି ପାଳନ କରିଛନ୍ତି। ଜାମ୍ମୁ ଓ କାଶ୍ମୀରର ଅାର. ଏସ୍. ପୁରା ସେକ୍ଟରରେ ଯବାନମାନେ ସୀମାରେ ଥିବା ତାର ବାଡ଼ରେ ଦୀପ ଜାଳିବା ସହ ବାଣ ଫୁଟାଇଥିଲେ। ପରସ୍ପରକୁ ମିଠା ଦେଇ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

ଦୀପ ଜାଳି ସାରିବା କ୍ଷଣି ନିଜ ନିଜ କାମରେ ଲାଗି ପଡ଼ିଥିଲେ ଯବାନ। ଏହାସହ ସୁରକ୍ଷିତ ଭାବେ ଦୀପାବଳି ପାଳି ଖୁସି ମନାଇବାକୁ ଦେଶବାସୀଙ୍କୁ କହିଛନ୍ତି ସୁରକ୍ଷାକର୍ମୀ।

You might also like
Comments
Loading...