ପଡ଼ୋଶୀ ରାଷ୍ଟ୍ର ଯବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ଯବାନ

ପଶ୍ଚିମବଙ୍ଗ : ସାଧାରଣତନ୍ତ୍ର ଦିବସ ଅବସରରେ ବାଂଲାଦେଶୀ ଜବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ବିଏସଏଫ୍ ଯବାନ। ଭାରତ-ବାଂଲାଦେଶ ସୀମା ପଶ୍ଚିମବଙ୍ଗର ଫୁଲବାରୀରେ ବାଂଲାଦେଶୀ ଯବାନଙ୍କୁ ମିଠା ପ୍ୟାକେଟ୍‌ ବାଣ୍ଟିଥିଲେ।

ଭାରତ ସୀମା ଅତିକ୍ରମ କରି ବାଂଲାଦେଶୀ ସୁରକ୍ଷାକର୍ମୀଙ୍କ ସହ ସାଧାରଣତନ୍ତ୍ର ଦିବସର ଖୁସି ମନାଇଥିଲେ ଭାରତୀୟ ଯବାନ।  ସେପଟେ ପଞ୍ଜାବର ଓ୍ୱାଘା ବର୍ଡରରେ ମଧ୍ୟ ଭାରତୀୟ ସେନା ପାକିସ୍ତାନୀ ଯବାନଙ୍କୁ ମିଠା ଖୁଆଇଥିଲେ।

ଭାରତୀୟ ଜବାନ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ମିଠା ବାଣ୍ଟିଥିଲେ। ପ୍ରତିବର୍ଷ ସ୍ୱାଧିନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ଦୁଇ ସେନା ମଧ୍ୟରେ ଏଭଳି ମିଠା ଆଦାନ ପ୍ରଦାନ ହୋଇଥାଏ।

You might also like